"ବ୍ରହ୍ମ ଶରଣମ୍' ଚିତ୍ରକଳା କର୍ମଶାଳା 

ଗଞ୍ଜାମ/ପୋଲସରା  : ପୋଲ୍ସରା ବ୍ଲକ୍ ଅନ୍ତର୍ଗତ ଶିଳ୍ପଗ୍ରାମ ମଥୁରା ପଞ୍ଚାୟତ ନିକଟସ୍ଥ ଲୀଳା କ୍ଷେତ୍ର ଶରଣ ଶ୍ରୀକ୍ଷେତ୍ର ମାରଦା ପୀଠ ପରିସରରେ "ବ୍ରହ୍ମ ଶରଣମ୍' ଜାତୀୟ ଚିତ୍ରଶିଳ୍ପୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଜଗନ୍ନାଥଙ୍କ ଲୀଳାମୟ କଥାବସ୍ତୁକୁ ଲୋକଲୋଚନକୁ ଆଣିବାର ପ୍ରୟାସ ନେଇ ଉଡ୍ ଫାୟାର ଓ ଭିଜନ କେୟାରର ସହଯୋଗିତା ଏବଂ ଗଞ୍ଜାମ ଏକାଡେମୀ ଅଫ୍ ଫାଇନ୍ ଆର୍ଟ ଓ ଚନ୍ଦ୍ରମା ଆର୍ଟ ଫାଉଣ୍ଡେସନର ମିଳିତ ପରିଚାଳନାରେ ଅନୁଷ୍ଠିତ ତିନି ଦିନିଆ କର୍ମଶାଳା ମଥୁରା ମଠାଧିଶ ପୁଜ୍ୟପାଦ ମହନ୍ତ ସୁନ୍ଦର ରାମଦାସ ମହୋଦୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ବିଶିଷ୍ଠ ଚିତ୍ରଶିଳ୍ପୀ ବଳଦେବ ମହାରଥା, ଜଗନ୍ନାଥ ତତ୍ୱ ଗବେଷକ ଡଃ ଅସିତ ମହାନ୍ତି, ଅନନ୍ୟ ଶ୍ରୀ ଜଗନ୍ନାଥର ସମ୍ପାଦକ ପିତବାସ ରାଉତରାୟ, ଗବେଷକ ଡଃ ବ୍ରଜକିଶୋର ପାଢୀ, ଗବେଷକ ଡଃ ବିଭୁତି ମହାପାତ୍ର, ଗଞ୍ଜାମ ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା, ଉଡ୍ ଫାୟାରର ଫାଉଣ୍ଡର ସନ୍ତୋଷ ଚୌଧୁରୀ, ଭିଜନ କେୟାର୍ର ଫାଉଣ୍ଡର ଶ୍ରୀମନ୍ଥ ମିଶ୍ର, ନାରାୟଣ ମହାକୁଡ ଓ ଅନିଲ କୁମାର ପାତ୍ର ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗଦେଇ ଅଂଶ ଗ୍ରହଣକାରୀ ଚିତ୍ରଶିଳ୍ପୀମାନଙ୍କୁ ଉସôାହିତ କରିଥିଲେ । ପାରମ୍ପରିକ ଚିତ୍ରଶିଳ୍ପୀ ରବୀନ୍ଦ୍ର କୁମାର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚିତ୍ରଶିଳ୍ପୀମାନଙ୍କୁ ଗଞ୍ଜାମ ଏକାଡେମୀ ଅଫ୍ ଫାଇନ୍ ଆର୍ଟ ଓ ମାରଦା ଉନ୍ନୟନ ପରିଷଦ ପକ୍ଷରୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପ୍ରଦାନ କରାଯାଇଥିଲା । ଚିତ୍ରଶିଳ୍ପୀମାନଙ୍କ ଦ୍ୱାରା ଅଙ୍କିତ ଚିତ୍ରକଳାକୁ ନେଇ ଏକ ଅର୍ନ୍ତଜାତୀୟ ଚିତ୍ରକଳା ପ୍ରଦର୍ଶନୀ କରି ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କରାଯିବ ବୋଲି ସଂଯୋଜକ ଡଃ ସ୍ଥିତଧୀ ରଥ ସୂଚନା ଦେଇଥିଲେ । ଶେଷରେ ମାରଦା ମହୋସôବର ସମ୍ପାଦକ ଅବସର ପ୍ରାପ୍ତ ସିଟି ସ୍କୁଲ୍ର ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।