କଳାଭୂମି ଉସବ ଉଦ୍ଘାଟିତ
ଭୁବନେଶ୍ୱର : ସ୍ଥାନୀୟ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟଠାରେ ଆଜିଠୁ ଆରମ୍ଭ ହୋଇଛି ସପ୍ତମ କଳାଭୂମି ଉସôବ । ଏହି ୫ ଦିନିଆ ଉସôବକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଉଦ୍ଘାଟନ କରିଥିଲେ । ଓଡ଼ିଶାର ଗରିମାମୟ ହସ୍ତତନ୍ତ ଓ ହସ୍ତଶିଳ୍ପର ସମୃଦ୍ଧ ପରମ୍ପରାକୁ ଆଗେଇ ନେବା ପାଇଁ ବିଭାଗ ପ୍ରତିଶ୍ରୁତିବଦ୍ଧ । ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପ୍ରଭାକର ମହାରଣା, ହସ୍ତଶିଳ୍ପ ନିଦେ୍ର୍ଦଶକ ତଥା ବୟନିକାର ପରିଚାଳନା ନିଦେ୍ର୍ଦଶକ ପ୍ରଣତୀ ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ । ଉଦ୍ଘାଟନୀ ଉସôବରେ ସ୍ୱତନ୍ତ୍ର ଶାସନ ସଚିବ ମଧୁମିତା ରଥ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅତିରିକ୍ତ ଶାସନ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍ଘାଟନୀ କାର୍ଯ୍ୟକ୍ରମ ପରେ ଏକ ପଥର ଖୋଦେଇ କର୍ମଶାଳା "ସ୍ଥାପତ୍ୟ: ଇଚିଙ୍ଗ୍ ଲାଇଭଲିହୁଡ୍ ଅନ୍ ଷ୍ଟୋନ୍' ଆୟୋଜନ ହୋଇଥିଲା ।