ସାପ କାମୁଡ଼ାରେ ଶିଶୁକନ୍ୟା ମୃତ

 ହିଞ୍ଜିଳିକାଟୁ : ବିଷଧର ସାପ କାମୁଡ଼ାରେ ଜଣେ ଶିଶୁକନ୍ୟାଙ୍କ ମୃତୁ୍ୟ ଘଟିଛି । ମୃତକା ଜଣଙ୍କ ହେଲେ ହିଞ୍ଜିଳି ଥାନା ଶାସନଆମ୍ବଗାଁର ସଞ୍ଜୟ ବେହେରା ୬ ବର୍ଷର ଶିଶୁ କନ୍ୟା ଚିତ୍ରା ବେହେରା । ପ୍ରକାଶ ଯେ, ଗୁରୁବାର ସକାଳେ ଶାସନଆମ୍ବଗାଁ ସ୍କୁଲ ସାହିର ସଞ୍ଜୟଙ୍କ ଝିଅ ଘରର ଚାରିପଟେ ଖେଳୁଥିଲା । ଏହି ସମୟରେ ଏକ ବିଷଧର ସାପ ଆସି ଚିତ୍ରାଙ୍କ ହାତକୁ କାମୁଡି ଦେଇଥିଲା । ଝିଅର ଚିକôାର ଶୁଣି ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଶିଶୁକନ୍ୟାଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର, ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ । ଘଟଣା ନେଇ ମୃତକାଙ୍କ ମାଆ ଗୀତା ବେହେରା ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ହିଞ୍ଜିଳି ପୁଲିସ ଉପଖଣ୍ଡ ଚିକିସôାଳୟରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୨/୨୫ ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୁଲିସ ଘଟଣାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏସଆଇ ସୁରେଶ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ ।