ବ୍ଲକ ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା

 କେନ୍ଦ୍ରାପଡା : ମହାକାଳପଡା ବ୍ଲକରେ ଅଧ୍ୟକ୍ଷଙ୍କର ଅନାସ୍ଥା ପ୍ରସ୍ତାବ ଗୃହୀତ ହେବାପରେ ଏବେ ବ୍ଲକ ଉପାଧ୍ୟକ୍ଷଙ୍କ ବିରୋଧରେ ବ୍ଲକର ସମିତିସଭ୍ୟ ମାନେ ଉପଜିଲ୍ଲାପାଳଙ୍କୁ ଭେଟି ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ବ୍ଲକ ଉପାଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟ, ଦୁର୍ନିତିଖୋର ମନୋଭାବ ଯୋଗୁଁ ମହାକାଳପଡା ବ୍ଲକରେ ଲୋକାଭିମୁଖୀ କାର୍ଯ୍ୟ ବାଧା ପାଇବା ସହ ଜନମଙ୍ଗଳ ରାଷ୍ଟ୍ରରେ ଦପ୍ତରଙ୍କୁ ଲୋକଙ୍କ ହିତରେ ଚଳାଇବା କାର୍ଯ୍ୟରେ ସେ ମୁଖ୍ୟ ବାଧକ ସାଜିଥିବା ତଥା ସମିତିସଭ୍ୟ ଓ ଜନ ପ୍ରତିନିଧି ମାନଙ୍କ ପରାମର୍ଶକୁ ଅଣଦେଖା କରି ମନମାନି ଚଳାଇଥିବା ଅଭିଯୋଗ କରିଛନ୍ତି । ଦାବିପତ୍ର ରେ ସମିତିସଭ୍ୟ/ସଭ୍ୟାଙ୍କ ହସ୍ତାକ୍ଷର ଥିବା ଏକ ରେଜୁଲେସନ କପି ଦେବା ସହିତ ଅନାସ୍ଥା ପ୍ରସ୍ତାବର ବୈଠକ ଆହ୍ୱାନ ନିମନ୍ତେ ନିର୍ଦ୍ଧାରିତ ସ୍ଥାନ, ତାରିଖ ଓ ସମୟ ସ୍ଥିର କରି ପଂଚାୟତ ସମିତିର ଭୋଟଦାନ ଅଧିକାର ଥିବା ସମସ୍ତ ସଭ୍ୟ/ସଭ୍ୟା ମାନଙ୍କୁ ବିଜ୍ଞାପନ ମାଧ୍ୟମରେ ଜଣାଇବାକୁ ଅନୁରୋଧ କରିଛନ୍ତି । ଜନ ସାଧାରଣଙ୍କ ହିତ ଦୃଷ୍ଟିରୁ ଏହାକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ମିରାରାଣୀ ମହାନ୍ତି, ପ୍ରତାପଚନ୍ଦ୍ର ଦାସ, ରଂଜନ ଚୌଧୁରୀ, ସରୋଜ ପରିଡା, ଅଲେଖ ଚନ୍ଦ୍ର ପ୍ରଧାନ, ସତ୍ୟବ୍ରତ ବେହେରା, ସଫଳା ମଲିକ, ସସ୍ମିତା ସେଠୀ, ପ୍ରିୟଙ୍କା ମଲିକ, ସଂଗ୍ରାମ ମଲିକ, ଭଗବତୀ ମଣ୍ଡଳ, ପ୍ରିୟଙ୍କା ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।ବଋତୁସ୍ରାବ ସ୍ୱଚ୍ଛତା ଓ କିଶୋର ସ୍ୱାସ୍ଥ୍ୟ ପାଇଁଁଁ
ବେଦାନ୍ତ ଆଲୁମିନିୟମର ଅବଦାନ
ାା ପ୍ରଭାନୁ୍ୟଜାା ସୁନ୍ଦରଗଡ, ୬ ।୮: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଗ୍ରାମାଞ୍ଚଳ ସମ୍ପ୍ରଦାୟରେ ଋତୁସ୍ରାବ ସ୍ୱଚ୍ଛତା ଏବଂ କିଶୋର ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ଉପରେ ଏକ ସପ୍ତାହ ବ୍ୟାପୀ ପ୍ରୟାସର ଆୟୋଜନ କରିଥିଲା । କାର୍ଯ୍ୟକ୍ରମ ଜାମକାନି, କୁରାଲୋଇ ଏବଂ ଘୋଘରପାଲିର ୧୮ରୁ ଅଧିକ ସ୍କୁଲରେ ପହଞ୍ଚିଥିଲା । ଷଷ୍ଠ ରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଏଥିରେ ସାମିଲଥିଲେ । ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ବିଷୟରେ ବିସ୍ତୃତ ଆଲୋଚନା, ସଚେତନତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆନ୍ତରିକ ଶିକ୍ଷା ଅଧିବେଶନ, ହିଟ ବ୍ୟାଗ ଏବଂ "ମାସିକ ଋତୁସ୍ରାବ' ଶିକ୍ଷା ପୁସ୍ତିକା ସହ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହିଅଧିବେଶନରେ ବେଦାନ୍ତର କର୍ମଚାରୀ ଓ ସ୍ୱେଚ୍ଛାସେବୀଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । ଯାହା ଛାତ୍ରଛାତ୍ରୀମାନଙ୍କୁ ଶାରୀରିକ ପରିବର୍ତ୍ତନ ଏବଂ ପ୍ରାରମ୍ଭିକ ସ୍ୱାସ୍ଥ୍ୟସଚେତନତା  ଗୁରୁତ୍ୱ ଉପରେ ଅବଗତ କରାଇବା ପାଇଁ ସାହାଯ୍ୟ କରିଥିଲା । କାର୍ଯ୍ୟକ୍ରମର ପ୍ରଭାବ ଉପରେ ଆଲୋକପାତ କରି ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, ଏକ ସୁସ୍ଥ ଏବଂ ନିୟନ୍ତ୍ରିତ ସମାଜ ଗଠନ ପାଇଁ ସମ୍ପ୍ରଦାୟ ସ୍ୱାସ୍ଥ୍ୟ ଏବଂ ପରିଚ୍ଛନ୍ନତାକୁ ପ୍ରୋତ୍ସାହିତ କରିବା ଜରୁରୀ । ଏହି ପ୍ରୟାସ ମାଧ୍ୟମରେ ମହିଳ ଏବଂ କିଶୋରୀଙ୍କୁ ଉପଯୁକ୍ତ ଜ୍ଞାନ ଏବଂ ଆବଶ୍ୟକୀୟ ସମ୍ବଳ ପ୍ରଦାନ କରି ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଯାହାଦ୍ୱାରା ସେମାନେ ନିଜର ସ୍ୱାସ୍ଥ୍ୟପ୍ରତି ଯନôବାନ ହୋଇପାରିବେ । ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀଜୀବିକା, ଭିତ୍ତିଭୂମି, ତୃଣମୂଳ କ୍ରୀଡା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରି ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ସମର୍ପିତ ରହିଛି ।