ଧାରଣାରେ ଇପିଏଫ୍ ପେନ୍ସନ ସଂଘ 

 କେନ୍ଦ୍ରାପଡା:  ଅଲ୍ ଓଡିଶା ଇପିଏଫ୍ ପେନ୍ସନ ଆସୋସିଏସନ୍ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ୩ ଦଫା ଦାବି ନେଇ ଉଠା ଜଳ ସେଚନ କାର୍ଯ୍ୟାଳୟରେ ସାର୍ଟ ଖୋଲି ଧାରଣା ଦେଇଛନ୍ତି । ସଂଘ ସଭାପତି ବସନ୍ତ ଦାଶଙ୍କ ନେତୃତ୍ୱରେ ଶତାଧିକ ପେନ୍ସନ୍ କର୍ମଚାରୀ ଦୀର୍ଘ ବର୍ଷ ହେଲା ତାଙ୍କର ୩ ଦଫା ନ୍ୟାର୍ଯ୍ୟ ଦାବି ପୂରଣ ହେଉ ନ ଥିବାରୁ ଏହାକୁ ବିରୋଧ କରି ଧାରଣା ଦେଇଛନ୍ତି । ଏହି ଦାବି ଗୁଡିକ ମଧ୍ୟରେ ସର୍ବନିମ୍ନ ମାସିକ ପେନ୍ସନ୍ ୯ ହଜାର ଟଙ୍କା ସହ ମହଙ୍ଗା ଭତ୍ତା, ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ଆଧାରରେ ବର୍ଦ୍ଧିତ ପେନ୍ସନ୍ ପ୍ରଦାନ, ସମସ୍ତ ଇପିଏଫ୍ ପେନ୍ସନ ଭୋଗୀଙ୍କୁ ଚିକିସôା ଭତ୍ତା କିମ୍ବା ଆୟୁଷ୍ମାନ ଯୋଜନାରେ ସାମିଲ କରି ଚିକିସôା ସୁବିଧା ଯୋଗାଇବା ଇପିଏଫ୍ ପେନ୍ସନ ଭୋଗୀ ବରିଷ୍ଠ ନାଗରିକଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବା ଆଦି ଦାବି ଗୁଡିକୁ ନେଇ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ଯୁଗ୍ମ ସମ୍ପାଦକ ପିତାମ୍ବର ମହାନ୍ତି, ଧନେଶ୍ୱର ରାଉତ, ଗୋଲେଖ ଭୋଇ ତରାଇ, ବିପିନ ବିହାରୀ ମହାନ୍ତି, ସହଦେବ ସିଂହ, ବିଶ୍ୱନାଥ ସାହୁ, ବଳଦେବ ସାମଲ, ଶିବ ପ୍ରସାଦ ବିଶ୍ୱାଳ ପ୍ରମୁଖ ସାମିଲ ଥିଲେ ।