ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ସହାୟତା କଲେ ସବ୍‌ଜଜ୍‌

ପଟ୍ଟାମୁଣ୍ଡାଇ : ସିଭିଲ କୋର୍ଟରେ ଦୀର୍ଘ ଦିନ ହେବ ଇତସ୍ତତ ଭାବେ ବୁଲାବୁଲି କରୁଥିବା ମାନସିକ ଭାରସ୍ୟାମ ହରାଇଥିବା ଜନୈକା ବୃଦ୍ଧା ମହିଳାଙ୍କୁ ଚିକିତ୍ସା ବ୍ୟବସ୍ଥା କରିବା ସହିତ ମୁଣ୍ଡ ଗୁଞ୍ଜିବା ପାଇଁ ବିଧିବଦ୍ଧ ବ୍ୟବସ୍ଥା କରି ପ୍ରଶଂସା ସାଉଁଟିଛନ୍ତି ପଟ୍ଟାମୁଣ୍ଡାଇ କୋର୍ଟର ସବଜଜ୍‌ ଅପୂର୍ବା ଚୌଧୁରୀ । ଦୀର୍ଘଦିନ ଧରି ମାନସିକ ଭାର ସାମ୍ୟ ହରାଇଥିବା ଜନୈକା ବୃଦ୍ଧା କୋର୍ଟ ପରିସରରେ ଇତସ୍ତତ ଭାବେ ବୁଲାବୁଲି କରି ଅନେକ ସମୟରେ ଅସଭ୍ୟ ଭାଷାରେ କୋର୍ଟକୁ ଯାଉଥିବା ମହକିଲ, ଓକିଲ ଓ କୋର୍ଟ କର୍ମଚାରୀଙ୍କୁ ଗାଳି ଗୁଲଜ କରିଆସୁଥିଲା। ଯାହାଫଳରେ କୋର୍ଟର ଦୈନଦିନ କାର୍ଯ୍ୟରେ ଅସୁବିଧା ହେଉଥିଲା । ତେବେ ଏହି ମାନସିକ ବିକାରଗସ୍ତ ମହିଳାଙ୍କୁ କୋର୍ଟରୁ ବାହାର କରିବାକୁ ବହୁ ପଦକ୍ଷେପ ନିଆ ଯାଇଥିଲେ ମଧ୍ୟ ସବୁ ଉଦ୍ୟମ  ବିଫଳ ହୋଇଥିଲା। ପଟ୍ଟାମୁଣ୍ଡାଇ ସିନିଅର ସିଭିଲ ଜଜ୍‌ ତଥା ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ଅଧଧ୍ୟା ଅପୂର୍ବା ଚୌଧୁରୀଙ୍କ ନିର୍ଦ୍ଦେଶକ୍ରମେ ପାନେଲ ଲୟାର ଧୀରେନ୍ଦ୍ରନାଥ ସାହୁ ଓ ପଟ୍ଟାମୁଣ୍ଡାଇ ଓକିଲ ସଂଘ ଉପସଭାପତି ସୁରେଶ ନରେନ୍ଦ୍ର  ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ଯୋଗାଯୋଗ କରିଥିଲେ । ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଡ. ନିରାକାର ପରିଡାଙ୍କ ଦ୍ୱାରା ଗଠିତ ମେଡିକାଲ ଟିମ୍‌ ସମ୍ପୃକ୍ତା ମାନସିକ ବିକାରଗସ୍ତ ମହିଳାଙ୍କୁ ନେଇ କଟକ ଏସସିବି ମେଡିକାଲ ମାନସିକ ରୋଗୀ ବିଭାଗରେ ଚିକିତ୍ସା ପାଇଁ ଭର୍ତି କରିଛନ୍ତି ।