ଲକ୍ଷ୍ମୀପୂଜା ପାଇଁ ପୌରପରିଷଦ ବୈଠକ
ାା ପ୍ରଭାନୁ୍ୟଜ୍ ।ା କେନ୍ଦ୍ରାପଡା: କେନ୍ଦ୍ରାପଡା ପୈାର ପରିଷଦର ବୈଠକ ପୈାରଅଧ୍ୟକ୍ଷା ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଉପାଧ୍ୟକ୍ଷ ଆକବରୀ ଖାତୁନ, ସାଂସଦଙ୍କ ପ୍ରତିନିଧି ମହମ୍ମଦ ସଲିମ ଖାନ, ପୈାର ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ପ୍ରମୁଖ ଉପସ୍ଥିତ ରହି ଓଡିଶା ପ୍ରସିଦ୍ଧ କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜାକୁ ସୁନ୍ଦର କରିବା ପାଇଁ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି । ଲକ୍ଷ୍ମୀପୂଜା ପୂର୍ବରୁ ନୂଆ ବସଷ୍ଟାଣ୍ଡ ଠାରୁ ରଣପଡା ପର୍ଯ୍ୟନ୍ତ ଜଳ ସେଚନ ବିଭାଗ ରାସ୍ତା, ପୂର୍ତ ବିଭାଗ ରାସ୍ତା ଏବଂ ପୈାରାଞ୍ଚଳରେ ଥିବା ସମସ୍ତ ରାସ୍ତାଗୁଡିକୁ ମରାମତି କରିବା, ମେଢ ପରିକ୍ରମା କରୁଥିବା ରାସ୍ତାଗୁଡିକ ଉପରେ ଥିବା ବିଦୁ୍ୟତ୍ ତାରଗୁଡିକୁ ସଜାଡିବା, ମେଢ ଯେମିତି ବିଦୁ୍ୟତ୍ ତାରକୁ ସ୍ପର୍ଶ ନକରେ ସେଥିପ୍ରତି ଦୃଷ୍ଟିଦେବା ସହିତ ପୂଜା ସମୟରେ ବିଦୁ୍ୟତ୍ କାଟ ନକରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିସହିତ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୂଜା ସମୟରେ ପାନୀୟ ଜଳ ଯୋଗାଇବା, ସାନ୍ତସାହି ପୋଲଠାରୁ ଲକ ପୋଲ ପର୍ଯ୍ୟନ୍ତ ରାସ୍ତାକୁ ମରାମତି କରିବା, ମାଧପୁରଠାରେ ଗୋବରୀ କେନାଲ ଉପରେ ନିର୍ମାଣ ହୋଇଥିବା ପୋଲକୁ ଉଭୟ ପାଶ୍ୱର୍ ରାସ୍ତା ସହିତ ସଂଯୋଗ କରିବା ଆଦି ସମ୍ପର୍କରେ ଆଲୋଚନା କରି ବିଭାଗୀୟ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଆୟୋଜିତ ଏହି ବୈଠକରେ କାଉନସିଲର ନିରାକାର ସ୍ୱାଇଁ, ଜୟନ୍ତୀ ପାଣି, ଉମେଶ ଚନ୍ଦ୍ର ନାୟକଙ୍କ ସମେତ ପୂର୍ତ ବିଭାଗ ଅଧିକାରୀ, ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ବିଦୁ୍ୟତ୍ ବିଭାଗ, ଜଳ ସେଚନ ବିଭାଗ ସହିତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।