ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ
ଖଣ୍ଡପଡ଼ା : ଖଣ୍ଡପଡ଼ା ତହସିଲସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଭାରପ୍ରାପ୍ତ ତହସିଲଦାର ରାଜାରାମ ଛତ୍ରିଆଙ୍କ ପୌରୋହିତ୍ୟରେ ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି । ବିଭିନ୍ନ ଅନୁଷ୍ଠାନର କ୍ରୀଡା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ ଏନଏସି କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହି ନିଜ ନିଜର ମତାମତ ପ୍ରଦାନ କରିଥିଲେ । ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମରେ ତହସିଲସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ଷ୍ଟାଡିୟମ ପରିସରକୁ ସଫା କରିବାର ଦାୟିତ୍ୱ ଖଣ୍ଡପଡ଼ା ଏନ୍ଏସି କର୍ତ୍ତୃପକ୍ଷଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । ସେହିପରି ଶିକ୍ଷାନୁଷ୍ଠାନ ଗୁଡିକରେ ଏ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆ ଯାଇଥିଲା ।ସ୍ୱାଧୀନତା ଦିବସ ଦିନ ପ୍ରାତଃ ସମୟରେ ରାମଧୂନ ପରିବେଷଣ ସହ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଅଭ୍ୟାସ ପ୍ୟାରେଡ ଆୟୋଜନ କରିବା ପାଇଁ କ୍ରୀଡା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ପରାମର୍ଶ ଦିଆ ଯାଇଥିଲା ।ସେହିପରି ମଧୁବନ ମିନି ଷ୍ଟାଡିୟମ ପରିସରରେ ଜାତୀୟ ପତାକା ଉତ୍ତୋଳନ ସହ ସମ୍ମିଳିତ ପ୍ୟାରେଡରେ ଖଣ୍ଡପଡ଼ା ସହରର ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଯେପରି ଅଂଶ ଗ୍ରହଣ କରିବେ ସେଥିପ୍ରତି ଶିକ୍ଷାନୁଷ୍ଠାନ ମ୍ସର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଦୃଷ୍ଟି ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ଖଣ୍ଡପଡ଼ା ତହସିଲସ୍ତରୀୟ ସ୍ୱାଧୀନତା ଦିବସ କିପରି ସୁଚାରୁ ରୁପେ ପାଳନ କରାଯିବ ଏଥି ନିମନ୍ତେ ସମସ୍ତେ ସକ୍ରୀୟ ସହଯୋଗ କରିବାକୁ ତହସିଲ ପ୍ରଶାସନ