ବ୍ୟବଚ୍ଛେଦ ରିପୋର୍ଟକୁ ପୁଲିସର ଅପେକ୍ଷା
ପଟ୍ଟାମୁଣ୍ଡାଇ: ନା ବାଳିକା ଝିଆରୀକୁ ଦାଦା ପିଟିପିଟି ମାରିଦେବା ଘଣାରେ ପୁଲିସ କାହାରିକୁ ଗିରଫ କରିନାହିଁ । ତେବେ ବ୍ୟବଚ୍ଛେଦ ରିପୋର୍ଟକୁ ପୁଲିସ ଅପେକ୍ଷାକରିଛି ବୋଲି ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମାସାଗର ପାଣ୍ଡା କହିଛନ୍ତି । ବ୍ୟବଛେଦ ରିପୋର୍ଟ ଆସିବାପରେ ତଦନ୍ତକୁ ତ୍ୱରାନ୍ୱିତ କରାଯିବା ବୋଲି ଏସଡିପିଓ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ମିଁଜାଉଣୀ ଗ୍ରାମର ସୈାଭାଗ୍ୟ ସ୍ୱାଇଁଙ୍କ ପତ୍ନୀ ସବିତାଙ୍କର ମୃତ୍ୟୁ ଘଟିବା ପରେ ସେ ବିଦେଶରେ ରହି କାମଧନ୍ଦା କରୁଛନ୍ତି । ଘରକୁ ବହୁ ବର୍ଷଧରି ଆସୁନଥିବା ବେଳେ ଘରେ ତାଙ୍କର ୩ ଝିଅ ଓ ଗୋଟିଏ ପୁଅ ବହୁ ଦୁଃଖ କଷ୍ଟରେ ଚଳିଆସୁଛନ୍ତି । ମଙ୍ଗଳବାର ସୈାଭାଗ୍ୟ ସ୍ୱାଇଁଙ୍କ ମଧ୍ୟମ କନ୍ୟା ଗୁଡି ଓରଫ ସରିତା (୧୧)ଙ୍କର ସନେ୍ଦହଜନକ ଭାବେ ମୃତ୍ୟୁ ହୋଇଥିଲା । ଗୁଡିଙ୍କ ଦାଦା ସିଦ୍ଧାନ୍ତ ସ୍ୱାଇଁ ଗୁଡିଙ୍କୁ ପିଟିପିଟି ମାରିଦେଇଥିବା ଗ୍ରାମବାସୀ ଅଭିଯୋଗ କରି ରାସ୍ତାରୋକ କରିଥିଲେ । ଏହି ଘଟଣା ପରେ ସିଦ୍ଧାନ୍ତ କେଉଁ ଆଡେ ଫେରାର ହୋଇଯାଇଥିଲା । ସିଦ୍ଧାନ୍ତଙ୍କ ବାପା ତ୍ରୀଲୋଚନ ସ୍ୱାଇଁ ଗୁଡିର ମୃତଦେହକୁ କେନ୍ଦ୍ରାପଡା ଜିଲ୍ଲା ଡାକ୍ତରଖାନାରୁ ଶବ ବ୍ୟବଛେଦ ପରେ ସୋମବାର ରାତିରେ ଗାଁରେ ପହଞ୍ଚଚିବାପରେ ଉତେଜନା ସୃଷ୍ଟି ହୋଇଥିଲା । ଗ୍ରାମଲୋକେ ଗୁଡିର ଶବକୁ ପୋଡିବାକୁ ନଦେଇ ତ୍ରୀଲୋଚନଙ୍କ ପରିବାର ନିକଟରୁ ଶବକୁ ଛଡାଇନେବା ସହିତ ରାସ୍ତାରେ ରଖି ଗ୍ରାମ ରାସ୍ତାକୁ ଅବରୋଧ କରିଥିଲେ । ଘଟଣା ସଂପର୍କରେ ଖବରପାଇ ଗ୍ରାମାଞ୍ଚଂଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଗୁଡିର ମୃତ୍ୟୁ ଘଟଣା ସଂପର୍କରେ ନାନାଦି କଥା ଶୁଣିବାକୁ ମିଳୁଥିବା ବେଳେ ପୁଲିସ ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି କହିଥିଲା । ଜିଲ୍ଲା ଏସପି ଘଟଣାରେ ହସ୍ତକ୍ଷେପ କରିବାକୁ ଶକ୍ତିପ୍ରସାଦ ସ୍ୱାଇଁ, ବୀରକିଶୋର ସ୍ୱାଇଁ, ପପୁ ମଳିକ, ଗୁରୁଚରଣ ରାଉତରାଏ, ସ୍ୱପ୍ନାରାଣୀମଳିକ, ମାୟାଧର ନାୟକ, ସୁନିଲ ସାହୁ, ସମାଜସେବୀ ଜ୍ୟୋତି ପ୍ରକାଶ ପ୍ରଧାନ ଦାବି କରିଛନ୍ତି ।