ବ୍ଲକସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ ପ୍ରତିଯୋଗିତା 


 ।ା ପ୍ରଭାନୁ୍ୟଜ୍ ।ା ଆସିକା: ଆସିକା ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି କ୍ଷ  ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ନିଦେ୍ର୍ଦଶ କ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ ରାଣୀ ମହାନ୍ତିଙ୍କ ପ୍ରତେକ୍ଷ ତତ୍ୱାବଧାନ ରେ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ରେ ପ୍ରଥମ କରି ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଦ୍ୱାରା ସର୍ବ କନିଷ୍ଠ,କନିଷ୍ଠ ଓ ବରିଷ୍ଠ  ବର୍ଗରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି କ୍ଷ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆସିକା ବ୍ଲକର ୧୩୫ ଟି ପ୍ରାଥମିକ,ଉଚ୍ଚପ୍ରାଥମିକ ଓ ୧୬ ଗୋଟି ଉଚ୍ଚବିଦ୍ୟାଳୟର ମୋଟ ୧୭୦ ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି କ୍ଷ ଏହି ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ମୋଟ ୯ ଜଣ ଛାତ୍ର ଛାତ୍ରୀଙ୍କୁ ଆୟୋଜିତ ପୁରସ୍କାର ବିତରଣୀ ଉସôବରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ସହକାରୀ ଶିକ୍ଷାଧିକାରୀ ରାଜେଶ ପ୍ରଧାନ, ସମ୍ମାନିତ ଅତିଥିଭାବେ ଜିଲ୍ଲା ଶାରୀରିକ ନିରୀକ୍ଷକ ଭାଗିରଥି ସ୍ୱାଇଁ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରି ଭାଗିରଥି ପାତ୍ର, ବିଭୂନନ୍ଦନ ପଣ୍ଡା, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ମିନତୀ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ କ୍ଷ ଏହି ପ୍ରତିଯୋଗିତା ରେ  ବରିଷ୍ଠ ବିଭାଗରୁ ପ୍ରଥମ ସ୍ଥାନ ଅଧକାର କରିଛନ୍ତି ଗୁଣ୍ଠପଡା ଜଗଦଳପୁର ଉଚ୍ଚବିଦ୍ୟାଳୟ ୧୦ମ ଶ୍ରେଣୀର ଦିପକ କୁମାର ନାହାକ, ଦ୍ୱିତୀୟ ସ୍ଥାନ କଲେଜଛକ ସ୍ଥିତ ଟେକ୍ନିକାଲ ଉଚ୍ଚାବିଦ୍ୟାଳୟ ୯ମ ଶ୍ରେଣୀର ଭକ୍ତପ୍ରସାଦ ମହାନ୍ତି, ତୃତୀୟ ସ୍ଥାନ ଜୟପୁର ଉଚ୍ଚବିଦ୍ୟାଳୟ ୧୦ମ ଶ୍ରେଣୀର  ପ୍ରଜ୍ଞାଭାରତୀ ଗୌଡ଼କ୍ଷ କନିଷ୍ଠ ବିଭାଗରୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଆଲିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସାଇ ପ୍ରସାଦ ପାତ୍ର, ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଅଭିଜିତ ଜେନା,ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଗୁଣ୍ଠପଡା ଉଚ୍ଚପ୍ରାଥମିକ ବିଦ୍ୟାଳୟର  ଶିବାନୀ ବେହେରା, କନିଷ୍ଠ ବର୍ଗରୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଆସିକା ହରିହର ଉଚ୍ଚ ବିଦ୍ୟାଳୟ ର ରୁଦ୍ର ପରିଛା,ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଦେବଭୂମି ବିଦ୍ୟାଳୟ ର  ସ୍ମୃତି ନାୟକ,ତୃତୀୟ ସ୍ଥାନ ଅଧିକାର କରିଛନ୍ତି ମଙ୍ଗଲପୁର ବିଦ୍ୟାଳୟ ର ସାଗର ନାୟକ ପ୍ରମୁଖ ପୁରସ୍କୃତ ହୋଇଥିଲେ କାର୍ଯ୍ୟକ୍ରମ କୁ ସି ଆର ସି ସି ସୁଭେନ୍ଦୁ ଶେଖର ଜେନା, ସିବ ଶଙ୍କର ଜେନା, ଜଗନ୍ନାଥ ଦାସ,  ମନୋରଂଜନ ପାଢୀ, କାଳୁଚରଣ ଲେଙ୍କା, ବିଦ୍ୟାଧର ସାହୁ, ସମିର ରଞ୍ଜନ ନାୟକ, ଧୋବା ବେହେରା, ସିମାଞ୍ଚଳ ସେଠୀ, ବଂଶିଧର ପରିଡାପ୍ରମୁଖ ପରିଚାଳନା କରିଥିଲେ ।