ରାଷ୍ଟ୍ରୀୟ ସିଭିଲ ସେବା ଦିବସ ପାଳିତ
ଭୁବନେଶ୍ୱର : ଆଜି ଭୁବନେଶ୍ୱର ଲୋକସେବା ଭବନସ୍ଥିତ କନଭେନ୍ସନ ସେଣ୍ଟରରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅନ୍ତର୍ଗତ ସେଣ୍ଟର ଫର ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ୍ସ (ସିଏମଜିଆଇ) ଦ୍ୱାରା ଆୟୋଜିତ "ରାଷ୍ଟ୍ରୀୟ ସିଭିଲ ସେବା ଦିବସ' ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ କି, ଆମ ଦେଶ ଭାରତର ବିକାଶ ଯାତ୍ରାର ପ୍ରଚ୍ଛଦରେ ସିଭିଲ ସେବା ଅଧିକାରୀମାନଙ୍କର ମୁଖ୍ୟ ଭୂମିକା ରହିଛି । ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସିଭିଲ ସେବା ଅଧିକାରୀମାନଙ୍କୁ ଭାରତର ଷ୍ଟିଲ୍ ଫ୍ରେମ ବୋଲି କହିଥିଲେ । ସିଭିଲ ସେବାହିଁ ଦେଶର ସାମଗ୍ରିକ ସଫଳତା ଓ ଉକôର୍ଷର ମେରୁଦଣ୍ଡ । ଏହା ହିଁ ଚିନ୍ତା, ଚେତନା ଓ ମୂଲ୍ୟବୋଧଭିତ୍ତିକ ଅଗ୍ରଗତିର ପ୍ରୟୋଗଶାଳା ବୋଲି ମୁଖ୍ୟମନ୍ତ୍ରୀ ସମସ୍ତ ସିଭିଲ ସେବା ଅଧିକାରୀମାନଙ୍କୁ କହିଛନ୍ତି ।
କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖଥିଲେ । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ୱାଗତ ଭାଷଣ ପ୍ରଦାନ କରି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ରାଜ୍ୟ ପୁଲିସ୍ ମହା ନିଦେ୍ର୍ଦଶକ ୱାଇବି ଖୁରାନିଆ ଯୋଗଦେଇ ପ୍ରଶାସନିକ ସେବାରେ ଆଇନର ଗୁରୁତ୍ୱ ସଂପର୍କରେ ଉପସ୍ଥାପନ କରିଥିଲେ । ସିଏମଜିଆଇର କାର୍ଯ୍ୟ ନିର୍ବାହୀ ନିଦେ୍ର୍ଦଶକ ତଥା ପ୍ରଶାସନିକ ଅଧିକାରୀ ବିନୀତ ଭରଦ୍ୱାଜ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ପ୍ରାରମ୍ଭିକ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ମହାଲେଖାକାର ଡିବି ସାହୁ, ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ସୁରେଶ ପନ୍ଥ, ଓଡ଼ିଶା ମଣ୍ଡଳର ମୁଖ୍ୟ ଡାକ ଅଧିକ୍ଷକ ନିର୍ମଳଜିତ୍ ସିଂ, ପ୍ରମୁଖ ଆୟକର ଆୟୁକ୍ତ ପାରମିତା ଶତପଥି ତ୍ରିପାଠୀ ପ୍ରମୁଖ ଯୋଗଦେଇ ରାଷ୍ଟ୍ରୀୟ ସିଭିଲ ସେବା ଦିବସ ଉପଲକ୍ଷେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଶେଷରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରାଜ୍ୟ ପ୍ରକଳ୍ପ ନିଦେ୍ର୍ଦଶିକା ସ୍ମିତା ରାଉତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।