ବ୍ୟାପୁଛି ଝାଡ଼ା-ବାନ୍ତି, ୨୫ ମେଡ଼ିକାଲରେ ଭର୍ତ୍ତି 

 ବ୍ୟାସନଗର : ବ୍ୟାସନଗର ପୈାରାଞ୍ଚଳ ସାଙ୍ଗକୁ ଗ୍ରାମାଞ୍ଚଳରେ ବ୍ୟାପିବାରେ ଲାଗିଛି ଝାଡ଼ାବନ୍ତି । ଝାଡ଼ାବାନ୍ତିରେ ବ୍ୟାସନଗର ନଗରପାଳ ସୁବାସ ବଳଙ୍କ ସହ ୨୫ରୁ ଅଧିକ ଆକ୍ରାନ୍ତ ହୋଇ ଯାଜପୁର ରୋଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ମେଡ଼ିକାଲରେ ରୋଗୀଙ୍କ ପାଇଁ ଶଯ୍ୟାର ଅଭାବ ପଡ଼ିବାରୁ କେଇଜଣ ବାରଣ୍ଡାରେ ପଡ଼ିରହିଛନ୍ତି । ଡ଼ାଇରିଆ ୱାର୍ଡ଼ରେ ସର୍ବାଧିକ ରୋଗୀ ଭର୍ତ୍ତି ହେବାର ବ୍ୟବସ୍ଥା ଉପଲବ୍ଧ ନଥିବାରୁ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଭିନ୍ନ ୱାର୍ଡ଼ରେ ଚିକିସôିତ କରିବାକୁ ବାଧ୍ୟ ହେଉଛନ୍ତି । ଖବର ମତେ ସୋମବାର ବିଳମ୍ବିତ ରାତିରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀ ମେଡ଼ିକାଲରେ ଭର୍ତ୍ତି ହେବା ଆରମ୍ଭ କରିଥିଲେ । ଜଣେ ଜଣେ କରି ୨୫ ଜଣ ପାଖାପାଖି ରୋଗୀ ଇତିମଧ୍ୟରେ ଭର୍ତି ହୋଇଛନ୍ତି । ପାଣି ନାଁ ଖାଦ୍ୟରୁ ଝାଡ଼ବାନ୍ତି ବ୍ୟାପିଛି, ତାହା କହିବା ମୁସ୍କିଲ ବୋଲି ଡାକ୍ତର କହିଛନ୍ତି । ଡାକ୍ତରଙ୍କ କହିବା କଥା ହେଲା ପାଣିପାଗର ପରିବର୍ତନ ସାଙ୍ଗକୁ ଗରମ ଗୁଳୁଗୁଳି ହେଉଥିବା ବେଳେ ତୈଳ ଯୁକ୍ତ ଖାଦ୍ୟ ଗ୍ରହଣ କାରଣରୁ ଝାଡ଼ାବାନ୍ତି ହୋଇଥାଏ ବୋଲି ଡାକ୍ତର ପ୍ରକାଶ କରିଛନ୍ତି । ମେଡ଼ିକାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରୁ ଜଣେ ଦୁଇଜଣ ସୁସ୍ଥ ଅବସ୍ଥାକୁ ଆସିଥିଲେ ହେଁ ଅନ୍ୟମାନେ ଅସୁସ୍ଥ ଅବସ୍ଥାରେ ଚିକିସତ୍ସିତ ହେଉଛନ୍ତି । ରୋଗୀଙ୍କ ଠାରୁ ମିଳିଥିବା ଖବର ମତେ ସେମାନେ ୪୦ରୁ ଅଧିକ ଥର ଝାଡ଼ା ସହ ବାନ୍ତି କରିବା ପରେ ହାତଗୋଡ଼ର ଆଙ୍ଗୁଳି ଗୁଡ଼ିକ କାଙ୍କଲା ପଡ଼ିଯାଇଥିଲା । ଠିଆ ହେବା ସେମାନଙ୍କ ପକ୍ଷେ ସମ୍ଭବ ହୋଇନଥିଲା । ଗୋଡ଼ ଗୁଡ଼ିକ ଅକାଲୁଆ ଲାଗୁଥିଲା । ଏଭଳି ଝାଡ଼ାବାନ୍ତି ରୋଗର ପ୍ରଭାବ ୪୮ଘଣ୍ଟା ପର୍ଯ୍ୟନ୍ତ ରହିବ ବୋଲି ଡ଼ାକ୍ତର ପ୍ରକାଶ କରିଛନ୍ତି ।