ଜରାଜୀର୍ଣ୍ଣ ଅବସ୍ଥାରେ ଶିକ୍ଷାନୁଷ୍ଠାନ
ଯାଜପୁର: ପ୍ରାଥମିକ ଠାରୁ ଉଚ୍ଚ ଶିକ୍ଷା ଶିକ୍ଷାନଷ୍ଠାନରେ ଶୈଖିକ ବାତାବରଣ ସହ ଭିତ୍ତିଭୂମିକୁ ମଜବୁଦ ପାଇଁ କୋଟି କୋଟି ଟଙ୍କା ବରାଦ କରୁଛନ୍ତି । ପୂର୍ବର ବିଜେଡି ସରକାର ୫-ଟି ଯୋଜନାରେ ପାଣିଭଳି ପଇସା ଖର୍ଚ୍ଚ କରିଥିବା ବେଳେ, ଏବର ବିଜେପି ସରକାର ପ୍ରାଥମିକ ବିଦ୍ୟାଳୟକୁ ପ୍ରାଥମିକତା ଦେବା ପୂର୍ବକ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ର୍ରାଥମିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଯାହା ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ବେଳେ, ଗୋଟିଏ ଗୋଟିଏ ଶିକ୍ଷାନୁଷ୍ଠାନ ପାଇଁ ଲକ୍ଷ ଲକ୍ଷ ଟଙ୍କା ଅଜାଡି ଦେଉଛନ୍ତି । ହେଲେ ବିଡ଼ମ୍ବନା ବିଞ୍ଝାରପୁର ଅଞ୍ଚଳର ବହୁ ପ୍ରାଚୀନ ବା ୧୨୦ବର୍ଷର ଶିକ୍ଷାନୁଷ୍ଠାନ ସୟଦପୁର ବ୍ରଜସୁନ୍ଦର ଉଚ୍ଚ ପ୍ରାଥମିକ ସ୍କୁଲଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ସଂପୃକ୍ତ ଶିକ୍ଷାନୁଷ୍ଠାନକୁ ପାଖରୁ ହେଉ କି ଦୂରରୁ କେହି ଦେଖିଲେ କହି ପାରିବେ ନାହିଁ ଯେ, ଏହା ଏକ ବିଦ୍ୟାଳୟ ନା ଗୋରୁ ଗୁହାଳ । ଏହି ସ୍କୁଲର ଐତିହ୍ୟ ସତ୍ୟବାଦୀ ବନ ବିଦ୍ୟାଳୟଠାରୁ କମ୍ ନ ଥିଲା । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ଉକ୍ରଳପ୍ରାଣ ବ୍ରଜସୁନ୍ଦରଙ୍କ ନାମରେ ନାମିତ ଏହି ସ୍କୁଲଟି ୧୯୦୫ ମସିହାରେ ରଘୁନାଥପୁର ମୌଜାର ୧ ଏକର ୮୦ ଡିସିମିଲ ଜମି ଉପରେ ନିର୍ମାଣ କରାଯାଇଥିଲା । ଓଡିଶାର ଗାନ୍ଧିବାଦୀ ଚିନ୍ତାମଣୀ ଗୁରୁଜୀ ନିଜେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଏହି ସ୍କୁଲର ଢାଞ୍ଚାକୁ ଏକ ମୌଳିକ ଆଦର୍ଶ ସ୍କୁଲରେ ପରିଣତ କରିଥିଲେ । ଏଠାରେ ତାଙ୍କ ଉଦ୍ୟମରେ ଏକ ହଷ୍ଟେଲ ମଧ୍ୟ ନିର୍ମାଣ କରିଥିଲେ । ଏହି ଶିକ୍ଷାନୁଷ୍ଠାନର ଭିତିଭୂମି ଉପରେ ୧୯୪୭ରେ ମାଇନର ସ୍କୁଲ, ୧୯୫୬ରେ ପାଶ୍ୱର୍ବର୍ତ୍ତୀ ଆଉ ୫ ଏକର ଜମିରେ ହାଇସ୍କୁଲ ଗଠିତ ହେଲା । ଏବେ ହାଇସ୍କୁଲଟି ସରକାରୀ ହୋଇଯାଇଥିବା ବେଳେ, ମୂଳ ଭିତ୍ତିଭୂମି ପ୍ରାଥମିକ ବିଦ୍ୟାଳୟଟି ସଙ୍କୁଚିତ ହୋଇ ଅତିଦୟନୀୟ ଅବସ୍ଥାକୁ ଚାଲିଛି । ଏହି ସ୍କୁଲଟି ତାର ପୂର୍ବ ଜମି ୧ଏକର ୮୦ଡେସିମିଲରୁ କିଛି ହରାଇଛି । ଏବେ ୩ ଶହରୁ ୪ ଶହ ପିଲା ନାମ ଲେଖାଇ ଶ୍ରେଣୀ ଗୃହ ଅଭାବରୁ ସ୍କୁଲକୁ ଆସୁ ନାହାନ୍ତି । ଶ୍ରେଣୀ ଗୃହର ଅଭାବ ଥିବା ସାଙ୍ଗକୁ ଚାରିଆଡେ ବଣ ଜଙ୍ଗଲ ଭର୍ତ୍ତି ହୋଇଛି । ପାଠପଢା ଗୃହରେ କବାଟ ଝରକା ନାହିଁ । ବିଦ୍ୟାଳୟର ଶୈ÷ାଚାଳୟ ଭାଙ୍ଗି ଗଲାଣି । ଅସଡାଏ ବର୍ଷାରେ ବିଦ୍ୟାଳୟରେ ପାଣି ଭର୍ତି । ଚାରିଆଡେ କାଦୁଅ । ପିଇବା ପାଣିର ଅଭାବ । ହାଇସ୍କୁଲର ଚାପରେ ବିଦ୍ୟାଳୟର ପରିସର ଅତି ସଙ୍କୁଚିତ ହୋଇ ଯାଇଛି । ଏହି ବିଦ୍ୟାଳୟଟି ୧୨୦ବର୍ଷରେ ପହଁଚିଥିଲେ ବି ଏହାର ଶତବାର୍ଷିକ ପାଳନ ହୋଇନାହିଁ । ସ୍ଥାନ ଅଭାବରୁ ବାର୍ଷିକୋସôବ ମଧ୍ୟ ହେଉନାହିଁ । ପିଲାଙ୍କ ପାଇଁ ପାଠ୍ୟସାମଗ୍ରୀ, ଖେଳ,ଏସବୁର କୈ÷ାଣସି ବ୍ୟବସ୍ଥା ନାହିଁ । ହାଇସ୍କୁଲ ମଧ୍ୟାହ୍ନ ଭୋଜନ ରୋଷେଇ କଲା ବେଳେ ପିଲାଙ୍କ ଶ୍ରେଣୀ ଗୃହ ଧୂଆଁରେ ଭର୍ତ୍ତି ହୋଇଯାଉଛି । ଏଭଳି ଦୟନୀୟ ପରିସ୍ଥିତି ବୋଧ ହୁଏ ଓଡିଶାର କୈ÷ାଣସି ବିଦ୍ୟାଳରେ ଦେଖା ଯାଉ ନଥିବା କଥା ପୁରାତନ ଛାତ୍ର ହରେକୃଷ୍ଣ ପଣ୍ଡା କହିଛନ୍ତି । ଶ୍ରୀ ପଣ୍ଡା ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ବିଦ୍ୟାଳୟ ରେକର୍ଡରେ ଥିବା ୧ଏକର ୮୦ଡେସିମିଲ ଜମି ଏବଂ ପୂର୍ବଶ୍ରେଣୀ ଘରକୁ ହାଇସ୍କୁଲ ଦଖଲରେ ରଖି ମୂଳ ଭିତିଭୂମିକୁ ନଷ୍ଟ କରିବାକୁ ବସିଥିବା ବେଳେ, ବ୍ଲକର ବିଇଓ, ଜିଲ୍ଲାର ଡିଇଓ, ଓ ଅନ୍ୟ ପ୍ରଶାସନିକ ଅଧିକାରୀ ନୀରବ ରହିଛନ୍ତି । ଜିଲାପାଳ ଏହି କ୍ଷେତ୍ରରେ ପହଁଚି ଅନୁଧ୍ୟାନ କରି ବାସ୍ତବତା ଅନୁଧ୍ୟାନ କରିବାକୁ ନିବେଦନ କରିଛନ୍ତି ।