ଭଉଁରୀ ଯାତ୍ରାରେ ଯୋଗଦେବେ ସଂକୀର୍ତ୍ତନ କଳାକାର

ପୁରୀ : ଏପି୍ରଲ ୩୦ ତାରିଖ ଦିନ ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚନ୍ଦନଯାତ୍ରାର ଶୁଭାରମ୍ଭ ହେବ । ଏହି ଚନ୍ଦନଯାତ୍ରା ୨୧ ଦିନ ଧରି ଚାଲିବ । ପ୍ରତ୍ୟେକ ଦିନ ଅପରାହ୍ନରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ମଣିବିମାନରେ ଝୁଲିଝୁଲି ନରେନ୍ଦ୍ର ସରୋବରକୁ ଯିବେ । ବିଳମ୍ବିିତ ରାତ୍ରରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ତାଙ୍କ ସହିତ ଶ୍ରୀକ୍ଷେତ୍ରରେ ପଞ୍ଚ ମହାଦେବ ମଧ୍ୟ ଯାତ୍ରା କରିବେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ସଂକୀର୍ତ୍ତନ ମଣ୍ଡଳୀମାନେ ମହାପ୍ରଭୁଙ୍କ ପଟୁଆରରେ ଯୋଗଦାନ କରିବେ । ଏହି ପଟୁଆର ସିଂହଦ୍ୱାର ଠାରୁ ନରେନ୍ଦ୍ର ସରୋବର ପର୍ଯ୍ୟନ୍ତ ଯିବ । ସଂକୀର୍ତ୍ତନ ମଣ୍ଡଳୀଙ୍କର ସମସ୍ତ ଦାୟିତ୍ୱ ବହନ କରିବ ଶ୍ରୀଜଗନ୍ନାଥ ସଂସ୍କୃତି ସଂକୀର୍ତ୍ତନ ସେବା ବିକାଶ ପରିଷଦ । ଚନ୍ଦନଯାତ୍ରା ପାଇଁ ସଂକୀର୍ତ୍ତର୍ନ ମଣ୍ଡଳୀ କିଭଳି ଆସିବେ, ସେମାନଙ୍କ ରହଣି ବ୍ୟବସ୍ଥା ଏବଂ ଆୟୋଜିତ ସେମିନାର ଉପରେ ଆଲୋଚନା ପାଇଁ ପରିଷଦ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଛି । ସଂଗଠନର ସମ୍ପାଦକ ଚକ୍ରଧର ମହାପାତ୍ର, ରାଜ୍ୟ ସଂଯୋଜକ ପ୍ରଫୁଲ୍ଲ ସାମନ୍ତରାୟ, ପ୍ରଭାକର ତ୍ରିପାଠୀ, ଡ. ଦେବପ୍ରସାଦ ଦାସ, ସମ୍ବିତ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ ।