ମହାବୀରଙ୍କ ବାର୍ଷିକୋତ୍ସବ
ରାଜନଗର : ରାଜନଗର ବ୍ଲକ୍ ବାଉଁଶକଣୀ, ତୁଳସୀପୁର ଓ ବଢିଣାକୋହ୍ଲା ଗ୍ରାମର ମଧ୍ୟସ୍ଥଳୀରେ ପ୍ରତିଷ୍ଠିତ ସଙ୍କଟ ମୋଚନ ଶ୍ରୀ ସିଦ୍ଧ ମହାବୀରଜିୟୁଙ୍କ ପ୍ରଥମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅଙ୍କୁରାରୋପଣ, ଭବ୍ୟକଳସ ଶୋଭାଯାତ୍ରା ପରେ ତିନିଦିନ ବ୍ୟାପି ସୂର୍ଯ୍ୟପୂଜା, ଗୁରୁପୂଜା, ଗୋପୂଜା, ଷୋଡଶ ଉପଚାର ପୂଜା, ଅଭିଷେକମାନ କରାଯାଇ ଯଜ୍ଞ କାର୍ଯ୍ୟ କରାଯାଇଥିଲା । ଶ୍ରୀରାମ ଚରିତ ମାନସ ଆଧାରରେ ରାମ କଥାମୃତ ପ୍ରବଚନ ଧ୍ୟ ଅନୁଷ୍ଠିତ ହୋଇଥିଲା ।