ଭଉଣୀ ଘରେ ପହଞ୍ଚ ପାରିଲାନି ଭାଇ; ବସ ଧକ୍କାରେ ମୃତୁ୍ୟ

ବ୍ୟାସନଗର : ଭଉଣୀ ଘରକୁ ସାବିତ୍ରୀ ଭାର ନେଇ ଆସୁଥିଲା ଭାଇ । ହେଲେ ଭାର ଧରି ଆସୁଥିବା ଭାଇର କିଛି ବାଟ ଦୂରରୁ ବସଧକ୍କାରେ ଚାଲିଗଲା ଜୀବନ । ଦୁର୍ଘଟଣାଟି ରବିବାର ସନ୍ଧ୍ୟା ସମୟରେ ଯାଜପୁର ରୋଡ଼-ପାଣିକୋଇଲି ରାସ୍ତାର ପାଟୁଳି ଛକ ନିକଟରେ ଘଟିଛି । ଖବର ମତେ ଟମକା ଥାନା ଆମ୍ପର ଅଂଚଳର କୈଳାଶ ପାଣିଙ୍କ ପୁଅ ଗଣେଶ ଭଉଣୀ ଘର କୋରେଇ ବ୍ଲକ କୁରୁପଦାକୁ ଓଡ଼ି୩୪ଏସ-୯୯୧୪ ବାଇକରେ ଆସୁଥିବା ବେଳେ ଠକୁରମୁଣ୍ଡା ଅଂଚଳରୁ ଭୁବନେଶ୍ୱର ଅଭିମୁଖେ ଆସୁଥୁବା ଓଡ଼ି୦୫ବିଏଲ-୦୫୦୯ ବସ ପାଟୁଳି ଛକରେ ବାଇକକୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ବାଇକରୁ ଗଣେଶ ତଳେ ପଡି ଗୁରୁତର ହେଇଯାଇଥଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ମାତ୍ର ଡାକ୍ତର ପ୍ରାଥମିକ ଚିକିତ୍ସା କଲାପରେ ଗଣେଶକୁ ମୃତ ଘୋଷଣା କରିଥିଲେ ।