ସାନଭାଇର ଆକ୍ରମଣରେ ବଡ଼ଭାଇ ଗୁରୁତର
ହିଞ୍ଜିଳିକାଟୁ : ମା’ର ଭତ୍ତା ଟଙ୍କାକୁ କେନ୍ଦ୍ର କରି ୨ ଭାଇ ମଧ୍ୟରେ ଆକ୍ରମଣ ହୋଇଛି । ସାନଭାଇର ଆକ୍ରମଣରେ ବଡଭାଇ ଗୁରୁତର ଆହତ ହୋଇଛନ୍ତି । ଏଭଳି ଏକ ଘଟଣା ରବିବାର ଅପରାହ୍ନରେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡା ଗ୍ରାମରେ ଘଟିଛି । ଅଭିଯୋଗ ପ୍ରକାରେ, ରବିବାର ଅପରାହ୍ନ ପ୍ରାୟ ୫ଟାରେ ହିଞ୍ଜିଳିକାଟୁ ପୈାରାଞ୍ଚଳ ଆଙ୍କୋରଡା ଗ୍ରାମର ବିଜୟ କୁମାର ନାହାକ (୪୭) ଘର ସମ୍ମୁଖରେ ମାଆ ସୁଶୁମା ନାହାକ ସହ କଥା ହେଉଥିଲେ । ଏହି ସମୟରେ ବିଜୟଙ୍କ ସାନ ଭାଇ ପୂର୍ବ କଳହକୁ କେନ୍ଦ୍ର କରି ବଡଭାଇ ବିଜୟଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ପରେ ଉତ୍ତ୍ୟକ୍ତ ହୋଇ ଧରିଥିବା ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଆକ୍ରମଣରେ ବିଜୟଙ୍କ ୨ ହାତ ଓ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ବିଜୟଙ୍କ ଚିକôାର ଶୁଣି ତାଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ନାହାକ ଆସି ଆକ୍ରମଣକାରୀ ସାନଭାଇଙ୍କୁ ଆକ୍ରମଣ ନକରିବା ପାଇଁ ନେହୁରା ହୋଇଥିଲେ । ପରେ ହତ୍ୟା ଧମକ ଦେଇ ଆକ୍ରମଣକାରୀ ସାନଭାଇ ଘଟଣା ସ୍ଥଳରୁ ଚାଲି ଯାଇଥିଲେ । ବିଜୟଙ୍କ ପୁତୁରା ଘଟଣା ସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ଚିକିସôିତ ପରେ ଘଟଣା ନେଇ ବିଜୟ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ କୈାଣସି ମାମଲା ରୁଜୁ ହୋଇନଥିବା ଜଣାପଡିଛି ।