ଭକ୍ତିନିକେତନରେ ଶ୍ରୀଗୁରୁ ପୂର୍ଣ୍ଣିମା


ାା ପ୍ରଭାନୁ୍ୟଜ ।ା ବିଞ୍ଝାରପୁର : ବିଞ୍ଝାରପୁର ଅନ୍ତର୍ଗତ ନରୁଆ ଗ୍ରାମସ୍ଥ ଭକ୍ତିନିକେତନରେ ଶ୍ରୀଗୁରୁପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ, ଆଞ୍ଚଳିକ ତଥା ସମ୍ବଲପୁର, ବରଗଡ଼, ଭୁବନେଶ୍ୱର, କଟକ ଆଦି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ବହୁ ଶିଷ୍ୟମାନେ ଭକ୍ତି ନିକେତନରେ ଶ୍ରୀଶ୍ରୀ ମୋହନ ରାୟ ଜୀଉଙ୍କ ପାରମ୍ପରିକ ନିତ୍ୟ ସେବା ଅର୍ଚ୍ଚନା ପରେ ନରୁଆ ମଠସେବାଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଭୁ କୃପାଂଶ ସଦଗୁରୁ ଶ୍ରୀ ଭକ୍ତିଭୂଷଣ ଗୋସ୍ୱାମୀ ପ୍ରଭୁପାଦଙ୍କ ବନ୍ଦନା କରିଥିଲେ । ଶ୍ରୀକୃଷ୍ଣକୃପା ଧାମ, ଭୁବନେଶ୍ୱରରୁ ଶ୍ରୀ ଶ୍ରୀ ମୁରାରୀ ଚୈତନ୍ୟ ଦାସ ସକଳ ଶିଷ୍ୟବୃନ୍ଦଙ୍କର ପ୍ରତିନିଧି ସ୍ୱରୂପେ ଶ୍ରୀ ଗୁରୁ ପୂଜନ କରିଥିଲେ ଏବଂ ଅନ୍ୟମାନେ ଭକ୍ତିକୁସୁମାଞ୍ଜଳୀ ଅର୍ପଣ କରିବା ସହ ସମ୍ବଲପୁର ଶ୍ରୀ ଗୈାରନିତ୍ୟାନନ୍ଦ ଧାମର ପ୍ରମୁଖ ସେବକ ସୁନ୍ଦର ଗୋପାଳ ଦାସ ଗୁରୁ ବନ୍ଦନା ଏବଂ ସଂକୀର୍ତ୍ତନ ଗାନ କରିଥିଲେ । ଏହି ମହତ୍ ସେବାକାର୍ଯ୍ୟରେ ଅବସରପ୍ରାପ୍ତ ବିଚାରପତି ରାଧାଶ୍ୟାମ ମିଶ୍ରଙ୍କ ସମେତ ଇଂ ପାର୍ଥବୀ ମିଶ୍ର, ଇଂ ଗତି କୃଷ୍ଣ ମିଶ୍ର, ଇଂ ରଞ୍ଜନ କୁମାର ସାମଲ, ଅଧ୍ୟାପକ ଗଙ୍ଗାଧର ପତି, ଅଧ୍ୟାପକ ଲକ୍ଷ୍ମୀଧର ଦାଶ, ଯାଜପୁର ଟାଉନ କ୍ରିଷ୍ଣା ଶିକ୍ଷା ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଅଧ୍ୟାପକ ବିରଜା ଦାଶ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ । ଶ୍ରୀ ଗୁରୁଦେବଙ୍କ ଦ୍ୱାରା ଭକ୍ତିପ୍ରଭା ପତ୍ରିକା ଗୁରୁପୂର୍ଣ୍ଣିମା ବିଶେଷାଙ୍କ ମଧ୍ୟ ଉନ୍ମୋଚନ ତଥା ବିତରଣ କରାଯାଇଥିଲା । ବିଭିନ୍ନ ସ୍ଥାନରୁ ଆଗତ ବୈଷ୍ଣବଗଣ ତଥା ଶ୍ରଦ୍ଧାଳୁମାନେ ବହୁସଂଖ୍ୟାରେ ଯୋଗଦେଇ ପ୍ରସାଦ ସେବନ କରିଥିଲେ । ଶେଷରେ ଭକ୍ତିପ୍ରଭା ପତ୍ରିକାର ସମ୍ପାଦକ ଭକ୍ତିରନô ଅଭୟ ଗୋସ୍ୱାମୀ ସଭିଙ୍କୁ ଧନ୍ୟବାଦ ତଥା କୃତଜ୍ଞତା ଜ୍ଞାପନ କରିଥିଲେ ।