ବାତ୍ୟା ବିପନ୍ନଙ୍କୁ କ୍ଷତିପୂରଣ ପାଇଁ ଦାବିପତ୍ର
ାା ପ୍ରଭାନୁ୍ୟଜ୍ ।ା ରାଜକନିକା: ବାତ୍ୟା ଦାନାରେ ପ୍ରଭାବିତ ହୋଇଥିବା ରାଜକନିକା ଓ ଆଳି ବ୍ଲକର ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ସିପିଆଇଏମ ରାଜକନିକା ଆଞ୍ଚଳିକ କମିଟି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଗତ ବାତ୍ୟାରେ ଆଳି ଓ ରାଜକନିକା ବ୍ଲକର ଗରୀବ ଲୋକଙ୍କ ଘର ଭାଙ୍ଗିଛି । ଧାନ ଫସଲ ନଷ୍ଟ ହୋଇଛି, ମୁଲ ମଜୁରୀ ଜୀବିକା ଅର୍ଜନ କରୁଥିବା ମୁଲିଆ,କ୍ଷୁଦ୍ର ବ୍ୟବସାୟୀ ମାନଙ୍କ ଆର୍ଥିକ ମେରୁଦଣ୍ଡ ଆଘାତ ପାଇଛି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ସମସ୍ତ ବଞ୍ଚିତ ଗରୀବ ଲୋକଙ୍କୁ ଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଗାଣ, ବାତ୍ୟା ଆଶ୍ରୟସ୍ଥଳୀରେ ରହିଥିବା ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ଆବାସ ପ୍ରଦାନ, କ୍ଷତି ହୋଇଥବା ଶାରଦ ଧାନ ଫସଲର ସଠିକ ଆକଳନ କରି ଚାଷୀ ଓ ଭାଗଚାଷୀ ମାନଙ୍କୁ ଶୀଘ୍ର ସହାୟତା ପ୍ରଦାନ, ଖରିଫ ଋଣ ସମ୍ପୂର୍ଣ୍ଣ ଛାଡ଼,ରବି ଋତୁ ପାଇଁ ଋଣ ପ୍ରଦାନର ତ୍ୱରିତ ପଦକ୍ଷେପ, ମାଗଣା ସାର,ବିହନ ଓ ଔଷଧ ଯୋଗାଇ ଦେବା, କୃଷିକ୍ଷେତ୍ରକୁ ଜଳ ଯୋଗାଣର ପ୍ରାକୃତିକ ବ୍ୟବସ୍ଥାକୁ ଶୀଘ୍ର ସଜାଡିବା,ପାଣି ପଞ୍ଚାୟତ ଗୁଡିକୁ କାର୍ଯ୍ୟକ୍ଷମ କରିବା, ଲୁଣା ଘେରିବନ୍ଧର ମରାମତି, କୁମ୍ଭୀର ଆକ୍ରମଣକୁ ପ୍ରତିରୋଧ କରିବା ଦାବିରେ ସିପିଆଇଏମ ଆଞ୍ଚଳିକ କମିଟି ପକ୍ଷରୁ କନିକା ତହସିଲଦାରଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଛି । ଆଞ୍ଚଳିକ କମିଟିର ସମ୍ପାଦକ ନବକିଶୋର ସୁତାର, ଧନେଶ୍ୱର ରାଉତ, ନୃସିଂହ ତରାଇ, ବୈରାଗୀ ସାହୁ,କାଳୀ ପ୍ରସାଦ ନାୟକ, କିଶୋର ସାହୁ ପ୍ରମୁଖ ମୁଖ୍ୟମନ୍ତ୍ରୀ, ସମବାୟମନ୍ତ୍ରୀ, ଜିଲ୍ଲାପାଳ କେନ୍ଦ୍ରାପଡ଼ା ଙ୍କୁ ତହସିଲଦାରଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଥିଲେ ।