ଲୋରି ମାଲିକ ସଂଘର ସମ୍ପାଦକ ହେଲେ ମୀନକେତନ
ଜୟପୁର : ସ୍ଥାନୀୟ ଲୋରୀ ମାଲିକ ସଂଘର ୩୮ ତମ ସାଧାରଣ ପରିଷଦ ବୈଠକରେ ସଭାପତି ଭାବେ ସୂର୍ଯ୍ୟ ପ୍ରକାଶ ଏବଂ ଦୀର୍ଘ ୨୧ ବର୍ଷ ପରେ ସାଧାରଣ ସମ୍ପାଦକ ଭାବେ ମୀନକେତନ ଦାସଙ୍କୁ ସର୍ବ ସନମ୍ମତିକ୍ରମେ ଚୟନ କରାଯାଇଛି । ଏବଂ ନିର୍ବାଚନରେ ଉପସଭାପତି ଭାବେ ଜି ରମେଶ କୁମାର, ସହ ସମ୍ପାଦକ ଭାବେ ଏସ ସତିଶ, କୋଷାଧ୍ୟକ୍ଷ ଭାବେ ଏସ ରାମ କ୍ରିଷ୍ଣା ନିର୍ବାଚିତ ହୋଇ ଶପଥ ଗହଣ କରିଛନ୍ତି । ସମ୍ପାଦକ ନିଜ ବକ୍ତବ୍ୟରେ କହିଛନ୍ତି ଲୋରୀ ମାଲିକ ସଂଘ ପାଖରେ ବହୁତ ଗୁଡ଼ାଏ ଚାଲେଞ୍ଜ ରହିଛି ଏହାକୁ ଯଥାସାଧ୍ୟ ସମାଧାନ କରିବାକୁ ପ୍ରୟାସ କରାଯିବ ବୋଲି କହିଥିଲେ । ଏହି ସଂଘରେ ୧୪୭ ଜଣ ମାଲିକ ଥିବାବେଳେ ୨୫୦ଟି ଲୋରୀ ରହିଛି । କିନ୍ତୁ ପ୍ରାୟ ସମସ୍ତ ଗାଡ଼ି ଗୁଡ଼ିକୁ ପରିଚାଳନା କରିବା ପାଇଁ ପ୍ରଶାସନ ଏବଂ ବ୍ୟବସାୟୀମାନଙ୍କ ସହଯୋଗ ମିଳୁ ନଥିବା ଯୋଗୁଁ ମାଲିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜିର ସାମ୍ୱାଦିକ ସମ୍ମିଳନୀରେ ଏହାକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା ସମ୍ପାଦକ ମୀନକେତନ ଦାସ କରିଥିଲେ ।