ସମାଜସେବୀ ମନୋରଞ୍ଜନ ମହାନ୍ତିଙ୍କ ପରଲୋକ
ବାଲିଚନ୍ଦ୍ରପୁର,: ବଡ଼ଚଣା ବ୍ଲକ ତଥା ବାଲିଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ନାନପୁର ଗ୍ରାମର ଜୟକୃଷ୍ଣ ମହାନ୍ତିଙ୍କ ସାନ ପୁଅ ତଥା ବିଜେଡି ନେତା ଶାରଦା ପ୍ରସନ୍ନ ମହାନ୍ତିଙ୍କ ସାନଭାଇ ସମାଜସେବୀ ମନୋରଞ୍ଜନ ମହାନ୍ତି (୬୦)ଙ୍କର ଆଜି ସକାଳେ ତାଙ୍କ ବାସଭବନରେ ପରଲୋକ ଘଟିଛି । ସେ ଗତ କିଛିଦିନ ହେବ ଶାରୀରିକ ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିଲେ । ତାଙ୍କ ଅକାଳ ବିୟୋଗାତ୍ମକ ଖବର ପାଇ କଂଗ୍ରେସ ନେତା, ଜିଲାପରିଷଦ ସଭ୍ୟ ଅରବିନ୍ଦ ସାମଲ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପଂଚାନନ ଧଳ, ପୂର୍ବତନ ଆତ୍ମା ଅଧ୍ୟକ୍ଷ ବିପିନ ବିହାରୀ ଜେନା, ଶିକ୍ଷାବିତ ରନôାକର ପଣ୍ଡା, ପୂର୍ବତନ ସରପଂଚ ବିଳାସ ଚନ୍ଦ୍ର ବାରିକ, ମନ୍ମଥ କେଶରୀ ସାହେବରାୟ, ପୂର୍ବତନ ସମିତିସଭ୍ୟ ଅମୀୟ ବିଶ୍ୱାଳ, ପୂର୍ବତନ ସରପଂଚ ପଙ୍କଜ କୁମାର ସାହୁ, ସାମ୍ବାଦିକ ଅମରେନ୍ଦ୍ର ସିଂହ, ଅଜୟ ପ୍ରତାପ ସିଂହ, ଫନୀନ୍ଦ୍ର ପଣ୍ଡା, ମନୋଜ କୁମାର ପରିଡା, ପ୍ରକାଶ ଚନ୍ଦ୍ର ସାମଲ, ତପନ କୁମାର ରାଉତରାୟ, ରାଜ କିଶୋର ମହାନ୍ତି, ବିଜୟ କୁମାର ମହାନ୍ତି, ଅଭିମନୁ୍ୟ ବଳ ଓ ଉପେନ୍ଦ୍ର ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଁଚି ଶେଷ ଦର୍ଶନ କରିଥିଲେ । ଗ୍ରାମ ଶ୍ମଶାନରେ ଶେଷକୃତ୍ କରାଯାଇଥିବା ବେଳେ ପୁତୁରା ବିଭୁ ପ୍ରସାଦ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।