ମୋଦି ଗ୍ୟାରେଣ୍ଟି ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରେସ୍ମିଟ୍
ସମ୍ବଲପୁର,: ଓଡ଼ିଶାରେ ବିଜେପି ସରକାର ହେଲେ ସମ୍ବଲପୁର ବସ୍ତ୍ରର ଗୁଣବତ୍ତା ବଢ଼ାଇବା ପାଇଁ ପଦକ୍ଷେପ ନିଆଯିବ ସହ ବୁଣାକାରଙ୍କୁ ପ୍ରୋସôାହନ କରାଯିବ । କୃଷି ପ୍ରାଧାନ୍ୟ ସମ୍ବଲପୁର ସହରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହ ଖାଦ୍ୟ ପ୍ରକ୍ରିୟାକରଣ ଏକ ହବ୍ କରାଯିବ ବୋଲି ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଓଡ଼ିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି ଓ ଓଡ଼ିଆଙ୍କ ପାଇଁ ଦଳ ପକ୍ଷରୁ ଉନ୍ମୋଚିତ ହୋଇଥିବା ସଂକଳ୍ପ ପତ୍ର ଉପରେ ସାମ୍ବାଦିକ ଗଣମାଧ୍ୟମ ପ୍ରତିନିଧିଙ୍କ ଆଲୋଚନା କରିବା ଅବସରରେ ଶ୍ରୀ ପ୍ରଧାନ କହିଥିଲେ । ବିଜେପିର ସଂକଳ୍ପ ପତ୍ରରେ ସବୁ ବର୍ଗର ଯଥା ଗରିବ, କୃଷକ, ମହିଳା, ଯୁବବର୍ଗଙ୍କ କଲ୍ୟାଣ ସହ ସମ୍ବଲପୁରର ବୁଣାକାରଙ୍କ ବ୍ୟବସାୟକୁ ପ୍ରୋସôାହନ ଦେବା ଭଳି ଅନେକ ସଂକଳ୍ପ କରାଯାଇଛି । ଓଡ଼ିଶାରେ ବିଜେପି ସରକାର ହେଲେ ସେ ସବୁ ଘୋଷଣାକୁ ପାଳନ କରାଯିବା ସହ ଦୁର୍ନୀତିକୁ ରୋକିବା ପାଇଁ ଜିରୋ ଟେଲେରାନ୍ସ ନୀତି ଅବଲମ୍ବନ କରାଯିବ ବୋଲି କହିଥିଲେ । ମୋଦିଙ୍କ ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ବିଜେପିକୁ ଓଡ଼ିଶାବାସୀ ଆର୍ଶିବାଦ କରନ୍ତୁ ବୋଲି ଏହି ଅବସରରେ ସେ କହିଥିଲେ ।