ଭବିଷ୍ୟତ ପାଇଁ ଜିଲ୍ଲାପ୍ରଶାସନ ନିକଟରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଏକ ଭିନ୍ନ ପ୍ରକାର ବିକ୍ଷୋଭ ଦେଖିବାକୁ ମିଳିଛି । ଯାହାକୁ ଦେଖିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ଦୁଃଖ ମଧ୍ୟ ଅନୁଭବ ହେଉଛି । ରାଜ୍ୟର ଶିକ୍ଷା ବ୍ୟବସ୍ତା ଏମିତି ପରିସ୍ଥିତରେ ରହିଛି ଯେ, ଶେଷରେ ନିଜ ଭବିଷ୍ୟତ ଚିନ୍ତା କରି ଶେଷରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କୁନି କୁନି ଛାତ୍ରଛାତ୍ରୀ । ତେବେ ଏହି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଜିଲ୍ଲାପ୍ରଶାସନର ଅଧିକାରୀ ନିଜେ କିଛି ନ କରିପାରିବା ଦର୍ଶାଇ ଥିବା ବେଳେ, ଏବେ ଛାତ୍ରଛାତ୍ରୀଙ୍କ ସରକାରଙ୍କ ଶିକ୍ଷାର ବ୍ୟବସ୍ତା ଉପରୁ ଭରସା ଉଠିଯିବାରେ ଲାଗିଛି । ଖୋର୍ଦ୍ଧା ତରତୁଆ ନିକଟରେ କିଛି ବର୍ଷ ତଳେ ପ୍ରଥମେ ଏକ ପବ୍ଲିକ ସ୍କୁଲ ଖୋଲିଥିଲା । ଏହି ଆଇଟିବିପି ଯବାନଙ୍କ ପିଲାମାନେ ଏଠାରେ ଶିକ୍ଷା ଗ୍ରହଣ କରିବା ପାଇଁ ସୁବିଧା ହେବ ବୋଲି ଏହିପରି ନିଷ୍ପତି ନେଇଥିଲେ ଆଇଟିବିପି କର୍ତ୍ତୃପକ୍ଷ । ତେବେ ପରବର୍ତୀ ସମୟରେ ଚଳିତ ବର୍ଷ ଆଇଟିବିପି ମଧ୍ୟରେ ଏକ କେନ୍ଦ୍ରୀୟ ସ୍କୁଲ ଖୋଲିବା ସନ୍ଦେଶ ପାଇ ଆଇଟିବିପି କର୍ମଚାରୀମାନେ ଅତ୍ୟନ୍ତ ଖୁସି ଅନୁଭବ କରିଥିଲେ । ଏବଂ ଆଇ ଟି ବି ପି ସ୍କୁଲ ରେ କେନ୍ଦ୍ରୀୟ ବିଦ୍ୟାଳୟ ଘୋଷଣା ପରେ ତତ୍କାଳୀନ ଜିଲ୍ଲାପାଳ ବିଦ୍ୟାଳୟ ପରିଦର୍ଶନ ପରେ ବିଦ୍ୟାଳୟର ୧ ରୁ ୫ ଶ୍ରେଣୀ ପର୍ଯ୍ୟନ୍ତ ଆଡମିସନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତୀ ସମୟରେ ସବୁ ପିଲାଙ୍କୁ ସ୍କୁଲ ତରଫରୁ କେନ୍ଦ୍ରୀୟ ସ୍କୁଲରେ ଆଡମିସନ କରିବା ପାଇଁ ପିଲାଙ୍କୁ ନିଜର ଆବଶ୍ୟକତା ଡକ୍ୟୁମେଣ୍ଟ ପ୍ରସ୍ତୁତ ପାଇଁ କତୃପକ୍ଷଙ୍କ ପକ୍ଷରୁ ବିଭିନ୍ନ ନୋଟିସ ଦିଆଗଲା । ଅବିଭାବକଙ୍କୁ ସୂଚନା ଦିଆଗଲା କି ପଢ଼ୁଥିବା ସବୁପିଲା କେନ୍ଦ୍ରୀୟ ବିଦ୍ୟାଳୟରେ ସ୍ଥାନିତ ହେବେ । ଯାହାର ବୟସ କମ ହେଉଥିଲା ସେମାନଙ୍କ ପାଇଁ ପୁଣି ସେହି ଶ୍ରେଣୀରେ ରିପିଟ ହେବା ପାଇଁ ମଧ୍ୟ ଆପରେ ଆଇଡି ପ୍ରସ୍ତୁତ ହୋଇଥିଲା । ସ୍କୁଲ ଗ୍ରୁପରେ ସମସ୍ତେ ସ୍କୁଲ ଜରିଆରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆବେଦନ କରିବାକୁ ନୋଟିସ ମଧ୍ୟ ଦିଆଗଲା । ସେହି କ୍ରମରେ ସମସ୍ତେ ଆବେଦନ କଲେ ଓ ବାହାର ଛାତ୍ର ଛାତ୍ରୀ ମାନେ ମଧ୍ୟ ଆବେଦନ କଲେ । ତେବେ କେନ୍ଦୀୟ ବିଦ୍ୟାଳୟ ପକ୍ଷରୁ ଲଟେରୀ କରାଯାଇ ଛାତ୍ର ଛାତ୍ରୀଙ୍କ ତାଲିକା ଫଳ ପ୍ରକାଶ ପାଇବା ପରେ ଜଣପଡିଲା କି, ଆଇଟିବିପି ସ୍କୁଲର ଶତାଧିକ ଛାତ୍ରଛାତ୍ରୀଙ୍କ କେନ୍ଦ୍ରୀୟ ସ୍କୁଲରେ ପାଠ ପଡିବାରୁ ବଂଚିତ ରହିଛନ୍ତି । ଯାହାଫଳରେ ବିଦ୍ୟାଳୟର ଭୁଲ ପାଇଁ ଶତାଧିକ ଛାତ୍ର ଛାତ୍ରୀ ଗତ ୫ ମାସ ଧରି ଅଧ୍ୟୟନରୁ ବଂଚିତ ହୋଇ ମାନସିକ ଚାପରେ ରହିଛନ୍ତି । ଯାହାଫଳରେ ଛାତ୍ରଛାତ୍ରୀ ଏବଂ ତାଙ୍କ ପରିବାର ପକ୍ଷରୁ ପ୍ରଥମେ ଆଇଟିବିପି ସ୍କୁଲ ପରିସରରେ ନିଜ ଭବିଷ୍ୟତ ନିମନ୍ତେ ଧାରଣା ଦେଇଥିବା ବେଳେ ପରବର୍ତୀ ସମୟରେ ସମସ୍ତେ ଜିଲ୍ଲାପାଳ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ କରିବା ସହିତ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିଜର ଗୁହାରି କରିବା ସହିତ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଛି । ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କୁ ପ୍ରଦାନ କରିଥିବା ବେଳେ, ଶ୍ରୀ ବେଉରା ଜିଲ୍ଲାପାଳଙ୍କ ସହିତ ଆଲୋଚନା ପରେ ଯାହା ପଦକ୍ଷେପ ନେବାକୁ ଅବିଭାବକ ମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଆଇଟିବିପି ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ କତୃପକ୍ଷଙ୍କ ଏପରି ମନମୁଖୀ କାର୍ଯ୍ୟ ପାଇଁ ଶତାଧିକ ପିଲାଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଉଥିବ ବେଳେ, ଜିଲ୍ଲାପ୍ରଶାସନର ନିରାଶ ମନବୃତିକୁ ସାଧାରଣରେ ନିନ୍ଦା କରିବା ସହିତ ରାଜ୍ୟ ଶିକ୍ଷା ବ୍ୟବସ୍ତା ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ ହେଉଥିବା ପରି ଜଣାପଡୁଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଉଦଘାଟନକୁ ଆସି ପ୍ରଥମେ ଆଇଟିବିପି ଛାତ୍ର ଛାତ୍ରୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଘୋଷଣା କରିଥିଲେ ମଧ୍ୟ ଏହାକୁ କର୍ତୃପକ୍ଷ ଅମାନ୍ୟ କରିବା ସହିତ କାଲିର ଯିଏ ଭବିଷ୍ୟତ ସେହି ପରି କୁନି କୁନି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଖେଳ ହେଉଛି ।