ଆରଡି ରାସ୍ତାରେ ଫାଟ, ଅସୁବିଧା ଭୋଗୁଛନ୍ତି ଲୋକେ

ବୋଲଗଡ଼: ରାଜ୍ୟ ଓ କେନ୍ଦ୍ର ସରକାର ଜନସାଧାରଣଙ୍କ ସୁଗମ ଯାତାୟାତ ନିମନ୍ତେ ବିଭିନ୍ନ ରାସ୍ତା ନିର୍ମାଣ ଓ ପୁନରୁଦ୍ଧାର ପାଇଁ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି । କିନ୍ତୁ ମୁନାଫା ଖୋର୍ ଠିକାଦାର ଓ ଯନ୍ତ୍ରୀଙ୍କ ଅସାଧୁ ମେଣ୍ଟ କାରଣରୁ ଏଥିରେ ବ୍ୟତିକ୍ରମ ଘଟୁଛି । ଏପରି ଏକ ରାସ୍ତା  ବୋଲଗଡ଼ ବ୍ଲକ ମାଣିକାଗୋଡ଼ା ଠାରୁ ବିଜୁପୁର ପର୍ଯ୍ୟନ୍ତ ଆରଡି ରାସ୍ତାଟି ନିମ୍ନମାନର କାର୍ଯ୍ୟ ଯୋଗୁଁ ପ୍ରାୟ ନିର୍ମାଣର ଏକ ବର୍ଷ ମଧ୍ୟରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ମାଣିକଗୋଡ଼ ଗ୍ରାମରୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଏହି ମୁଖ୍ୟରାସ୍ତାର ରେଲୋୱ ଓଭର୍ ବ୍ରିଜ ଠାରୁ ପ୍ରାୟ ଏକ ବର୍ଷ ତଳେ ନିମାଣ କରାଯାଇଥିବା ସିମେଣ୍ଟ କଂକ୍ରିଟ ରାସ୍ତା ଫାଟି ଆଁ କରିବା ସହିତ ଅନେକ ସ୍ଥାନରେ କଂକ୍ରିଟ ଛାଡ଼ି ଖାଲ ଢିପ ହୋଇଯାଇଛି । ଏହା ସଂଲଗ୍ନ ପିଚୁ ରାସ୍ତାଟି ମଧ୍ୟ ପିଚୁ ଛାଡ଼ିଯାଇ ବେହାଲ ହୋଇପଡିଛି । ଏହାଫଳରେ ଏହି ରାସ୍ତା ଦେଇ ଯାତାୟାତ କରିବା ସମୟରେ ଲୋକେ ସତର୍କତା ଅବଲମ୍ବନ ନକଲେ ଅସୁବିଧା ରେ ପଡ଼ୁଛନ୍ତି । ଜରୁରୀ ପଥ·ରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଏହି ରାସ୍ତାରେ ଥିବା ସୁରକ୍ଷାବାଡ଼ ବିହୀନ ଏକ ଗଡାଣିଆ ଜରାଜୀର୍ଣ୍ଣ ପୋଲଟି ମଧ୍ୟ ପୁନରୁଦ୍ଧାର ଆବଶ୍ୟକ ହୋଇପଡିଛି । ଲଗାଣବର୍ଷା ହେଲେ ପୋଲ ଉପର ଦେଇ ବିପଦପୂର୍ଣ୍ଣ ଉଚ୍ଚତାରେ ପାଣି ଯିବା ସମୟରେ ଏହି ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଥାଏ । ତେବେ ଅନ୍ଧାର ରାତିରେ ଯାତାୟାତ କରୁଥିବା ଯାନ ବାହନ ଗୁଡିକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତାଟି ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବିଜିପୁର ଠାରୁ ମାଣିକାଗୋଡା ଦେଇ ଖଣ୍ଡପଡ଼ାକୁ ସଂଯୋଗ କରୁଛି । ପ୍ରତିଦିନ ଏହି ରାସ୍ତା ଓ ପୋଲ ଦେଇ ଭାରିଯାନ ଗତାଗତ ସହ ରୋଗୀବୁହା ଗାଡ଼ି, ଛାତ୍ରୀଛାତ୍ର, ବ୍ୟବସାୟୀ ଓ ଅନ୍ୟମାନେ ରାତିଦିନ ଯାତାୟାତ କରୁଛନ୍ତି । ଏହି ରାସ୍ତା ମରାମତି ସହିତ ପୋଲଟିକୁ ତୁରନ୍ତ ପୁନରୁଦ୍ଧାର ପାଇଁ ସ୍ଥାନୀୟ ଅଞ୍ଚଳବାସି ଅନୁରୋଧ କରିଛନ୍ତି । ି । ମାମଲାକୁ ଆଇନଜୀବି ମହମ୍ମଦ ନଇମ, ସୁରେନ୍ଦ୍ର ସାହୁ, ଦେବାଶିଷ ବେହେରା ଶଶି ଭୂଷଣ ପ୍ରଧାନ ପରିଚାଳନା କରିଥିଲେ ।