ଖାଲଖମାରେ ଭର୍ତ୍ତି ରାସ୍ତା, ମରାମତି ଦାବି
ବାଲିଅନ୍ତାରୁ ଗୋବର୍ଦ୍ଧନ ଦାସ : ପାର୍ବଣ ଋତୁରେ ଚଳଚଞ୍ଚଳ ପୁରପଲ୍ଲୀ । ଆଉ କିଛି ଦିନ ପରେ ଧରାପୃଷ୍ଠକୁ ଆସିବେ ଜଗତଜନନୀ, ଦୁର୍ଗତିନାଶିନୀ ମା'ଦୁର୍ଗା । ଭୁବନେଶ୍ୱର ପ୍ରମୁଖ ମଣ୍ଡପ ମାନଙ୍କରେ ମା' ଦୁର୍ଗାଙ୍କ ଆବାହନ କରାଯିବ । ଏଥିପାଇଁ ଚଳଚଞ୍ଚଳ ବିଭିନ୍ନ ପୂଜା ମଣ୍ଡପ । ଏହାକୁ ଦେଖିବା ପାଇଁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଲୋକଙ୍କ ପ୍ରବଳ ଜନସମାଗମ ହେବ । ଏଥିପାଇଁ ପୂର୍ବାପେକ୍ଷା ଅଧିକ ଯାନବାହାନ ଚଳାଚଳ କରିବେ । ମାତ୍ର ପାର୍ବଣଋତୁ ଚାଲିଥିଲେ ମଧ୍ୟ ବର୍ତ୍ତମାନ ସବୁ ଯାତାୟାତ ରାସ୍ତା ବେହାଲ ହୋଇଛି । ହଂସପାଳ ଅଭୟ ମୁଖୀ ରାସ୍ତା ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ବାଲିଅନ୍ତା ଥାନା ପୁଲିସ ଓ ଅଞ୍ଚଳବାସୀ ଗୋଟିଏ ରାସ୍ତା ରେ ଯିବା ଆସିବା କରିବା ସମୟରେ ବିଭିନ୍ନ ପ୍ରକାର ସମସ୍ୟା ସହ ଛୋଟ ବଡ଼ ଦୁର୍ଘଟଣା ଘଟିଥିବା ନେଇ ସାଧାରଣରେ ସୂଚନା ମିଳିଛି । ସେହିପରି ସକାଳୁ ଉଠିଲେ ବ୍ୟବସାୟୀ ଠାରୁ ଆରମ୍ଭ କରି ସରକାରୀ ବେସରକାରୀ କର୍ମଚାରୀ ନିଜର କର୍ମସ୍ଥଳୀ ରାଜଧାନୀ ଭୁବନେଶ୍ୱର ଓ ପ୍ରମୁଖ ସହର କଟକ, ଖୋର୍ଦ୍ଧାକୁ ଯିବାପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ମାତ୍ର ଉତ୍ତରା ଠାରୁ ଆରମ୍ଭ କରି ବନମାଳିପୁର ଏବଂ ଧଉଳି ଛକ ଠାରୁ ଆରମ୍ଭ କରି ସାମନ୍ତରାପୁର ପର୍ଯ୍ୟନ୍ତ ରାସ୍ତା ଖାଲଖମା କ୍ଷ କେଉଁଠି ପିଚୁ ଉଠିଯାଇଛି ତ କେଉଁଠି ବଡବଡ ଖାଲ ହୋଇଛି କ୍ଷ ଉତ୍ତରା ଛକରୁ ବାଳକାଟି ବଜାର, ଦୁଲ୍ଲାଦେବୀ ମନ୍ଦିର, ପଞ୍ଚାୟତ ରୋଡ଼, ବୁଦ୍ଧିପଡ଼ା, ଶିଶିଲୋ, ବାଲିପାଟଣା, ଅଠାନ୍ତର ଓ ବନମାଳିପୁର ରାସ୍ତାରେ ୫୦୦ ରୁ ଅଧିକ ବଡବଡ଼ ଖାଲ ସାଙ୍ଗକୁ ବର୍ଷାପାଣି ଜମି ରହି ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସେହିପରି ଅନୁରୂପ ଭାବେ ଧଉଳି ଛକ ଠାରୁ ସ୍ମାର୍ଟ ସିଟି ଭାବେ ପରିଚିତ ଲିଙ୍ଗିପୁର, ନୂଆଗାଁ, ସାମନ୍ତରାପୁର ପର୍ଯ୍ୟନ୍ତ ରାସ୍ତାରେ ମଧ୍ୟ ସେହିପରି ଖାଲଖମାରେ ପରିପୂର୍ଣ୍ଣ ହୋଇଛି । ଫଳରେ ବିଭିନ୍ନ ସମୟରେ ୨ /୪ ଚକିଆ ଯାନ ଛୋଟମୋଟ ଦୁର୍ଘଟଣା ଘଟି ମୃତାହତ ହେଉଥିବା ଦେଖାଯାଇଛି । ବିଶେଷକରି ରାତି ସମୟରେ ଏହି ଖାଲଖମା ରାସ୍ତା ନ ଜାଣିପାରି ଦୁର୍ଘଟଣାର ଶିକାର ହେଉଛନ୍ତି ଚାଳକ । ଉତ୍ତରା ଠାରୁ ନିମାପଡା ରାସ୍ତା ୪ ଲେନ କାମ ହେଉଥିଲେ ମଧ୍ୟ ବର୍ତ୍ତମାନ ବର୍ଷା ଦିନ ପାଇଁ ତାହା ବନ୍ଦ ଅଛି । ମାତ୍ର ଠିକାଦାର କେଉଁଠି ରାସ୍ତା ପାର୍ଶ୍ୱ ଖୋଳି ଦେଇଛି ତ କେଉଁଠି ରାସ୍ତାର ଅଧିକାଂଶ ଅଂଶରେ ମାଟି /ଡଷ୍ଟ ଗଦାଇଛି । ଫଳରେ ଖାଲଖମାକୁ ସେହିପରି ପ୍ରତିଦିନ ନେତା ଠାରୁ ଆରମ୍ଭ କରି ମନ୍ତ୍ରୀ ଓ ସଚିବ ଏହି ରାସ୍ତା ଦେଇ ଯାତାୟାତ କରୁଥିଲେ ମଧ୍ୟ ସେମାନଙ୍କ ନଜର ଆଢୁଆଳରେ ରହିବା ଏକ ଦୁର୍ଭାଗ୍ୟର ବିଷୟ । ଏଥିପ୍ରତି ଦୃଷ୍ଟି ଦେବା ସହ ଖାଲଖମା ରାସ୍ତା ମରାମତି କରିବା ପାଇଁ ସାଧାରଣରେ ଦାବି ହୋଇଛି ।