ଭରତପୁର ଥାନା ବିବାଦ ମାମଲା

କ୍ୟାପଟେନ୍ଙ୍କ ବାନ୍ଧବୀଙ୍କୁ ୫ ଘଣ୍ଟା ଜେରା କଲେ ତଦନ୍ତ କମିଶନ
ଭୁବନେଶ୍ୱର, ୨୩ା୧୨ : ଭୁବନେଶ୍ୱର ଭରତପୁର ଥାନା ବିବାଦ ମାମଲାରେ କ୍ୟାପଟେନଙ୍କ ବାନ୍ଧବୀଙ୍କୁ ୫ ଘଣ୍ଟା ଜେରା  । କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ବାନ୍ଧବୀଙ୍କୁ ଜେରା ହୋଇଥିଲା । ଭୁବନେଶ୍ୱର ସ୍ପୋସିଆଲ ସର୍କିଟ୍ ହାଉସରେ ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ସ୍ୱତନ୍ତ୍ର କୋର୍ଟରେ ଏହି ପ୍ରକ୍ରିୟା ଚାଲିଥିଲା । ଭରତପୁର ଥାନା ଭିତରେ ହୋଇଥିବା ଘଟଣା ବେଳର ସମସ୍ତ ଭିଡିଓ ଗୁଡ଼ିକ କମିଶନ ଦାସଙ୍କୁ ଦିଆଯାଇଛି । ବିଳମ୍ବିତ ପୁଲିସ କର୍ମଚାରୀ ଏବଂ ସେନା ଅଧିକାରୀଙ୍କ ବାନ୍ଧବୀଙ୍କ ନିକଟରେ ଥିବା ଭିଡିଓ ଗୁଡ଼ିକ କମିଶନ ନିକଟରେ ହସ୍ତଗତ କରାଯାଇଛି । କୋର୍ଟରେ ଜଷ୍ଟିସଙ୍କ ସମ୍ମୁଖରେ ଭରତପୁର ଥାନା ଭିତରେ ହୋଇଥିବା ଘଟଣାରେ ଭିଡିଓ ଫୁଟେଜ ଦେଖାହୋଇଥିଲା । ଏହାପରେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ବାନ୍ଧବୀଙ୍କୁ ପଚାରିଥିଲେ ଜଷ୍ଟିସ  । ଲଗାତାର ଭାବେ ୧୧ଟାରୁ ୪ଟା ୩୦ ଯାଏଁ ୫ ଘଣ୍ଟା ଧରି ଚାଲିଥିଲା ଜେରା । ଏଥିରେ ସେନା ଅଧିକାରୀ ଅନୁପସ୍ଥିତ ଥିଲେ କେବଳ ବାନ୍ଧବୀଙ୍କୁ ଜେରା ହୋଇଥିଲା । ଜେରା ବେଳେ ସେ ସମସ୍ତ ଉତ୍ତର ଦେଇଥିଲେ । ତାଙ୍କ ସହ ଥିଲେ ଓକିଲ  ଯଶୱନ୍ତ ଦାସ । 
ସେହିପରି ସମୟ ଅଧିକ ଲାଗିବାରୁ ରବିବାର ଏହି ଶୁଣାଣି ପ୍ରକିୟା ବନ୍ଦ କରାଯାଇଥିଲା । ପାଞ୍ଚ ଘଣ୍ଟା ମଧ୍ୟରେ ଜଷ୍ଟିସଙ୍କ ସମ୍ମୁଖରେ ରଖାଯାଇଥିଲା ଭିଡିଓ ଓ କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲ । ଏପଟେ ସେହି ରାତିରେ ଡୁ୍ୟଟିରେ ଥିବା ୫ ଜଣ ନିଲମ୍ବିତ ପୁଲିସ କର୍ମଚାରୀ ଉପସ୍ଥିତ ରହିଥିଲେ । ପ୍ରଥମେ ପୂର୍ବତନ ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ଏବଂ ଅନ୍ୟ ୪ ଜଣ  ନିଲମ୍ବିତ ପୁଲିସ କର୍ମଚାରୀଙ୍କୁ ଡକାଯାଇଥିଲା । ଏହାପରେ ସେମାନଙ୍କୁ ବାହାରକୁ ପଠାଇ ଦିଆଯାଇଥିଲା । କେବଳ ଜଷ୍ଟିସଙ୍କ ନିକଟରେ ବାନ୍ଧବୀ ଏବଂ ତାଙ୍କ ଓକିଲ ଉପସ୍ଥିତ ରହିଥିଲେ । ଏପଟେ ନିଲମ୍ବିତ ୫ ପୁଲିସ କର୍ମଚାରୀଙ୍କ ଓକିଲ ସୌରଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ଚାଲିଥିଲା  । ଅଧିକ ଲମ୍ବା ତାଲିକା ଥିବାରୁ ଜଣଙ୍କ ପରେ ଜଣଙ୍କୁ ଜେରା କରାଯିବ । ପ୍ରକୃତ ତଥ୍ୟ ପାଇବାକୁ ଜଷ୍ଟିସ୍ ଦାସ ଏହି ପ୍ରକ୍ରିୟା ଅବଲମ୍ବନ କରିଛନ୍ତି ।