ଭାଇର ଖଣ୍ଡା ଚୋଟରେ ଭାଇ ଗୁରୁତର

 ଟମକା : ଟମକା ଥାନା ଜେମାଦେଇପୁର ଉପରସାହିରେ ଘଟିଛି ଅଘଟଣ । ଏଠାରେ ଭାଇ ଖଣ୍ଡା ଚୋଟରେ ଭାଇ ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛି । ଖବର ମୁତାବକ ଗାଁର କାଳନ୍ଦୀ କାଣ୍ଡିଙ୍କ ବଡ଼ ପୁଅ ଶତ୍ରୁଘ୍ନ ଗାଡି ଚାଳକ ଭାବେ କାମ କରନ୍ତି । ମଝିଆଁ ପୁଅ ଶରତଙ୍କ ସହ ପୂର୍ବରୁ ବିଦୁ୍ୟତ ତାର କଟାକଟିକୁ ନେଇ ପାଟିତୁଣ୍ଡ ହୋଇଥିଲ । ତେବେ ଆଜି ବଡ଼ ଭାଇ ଶତ୍ରୁଘ୍ନ ଶୋଇଥିବା ଅବସ୍ଥାରେ ମଝିଆଁ ଭାଇ ଶରତ ଖଣ୍ଡା ନେଇ ଅତର୍କିତ ଭାବେ ହାତ ଓ ଗୋଡ଼କୁ ହାଣି ପକାଇଥିଲା । ପଡୋଶୀ ଓ ଘର ଲୋକ ଶତ୍ରୁଘ୍ନର ଚିକôାର ଶୁଣି ଘଟଣା ସ୍ଥଳରେ ପହଞ୍ଚôବା ବେଳକୁ ଶତ୍ରୁଘ୍ନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ଦାନଗଦୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ ଡ଼ାକ୍ତର ।