ଖୋଲିଲା କୁଲଡିହା ଅଭୟାରଣ୍ୟ

ାା ପ୍ରଭାନୁ୍ୟଜ ।ା ନୀଳଗିରି:  ପ୍ରକୃତିରାଣୀର ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର ଭାବେ ପରିଚିତ କୁଲଡିହା ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ପୁଣି ଥରେ ଖୋଲିଛି । ବର୍ଷା ଋତୁ ତଥା ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ଜୁନ୍ ୧୫ରୁ ଏହି ଅଭୟାରଣ୍ୟ ବନ୍ଦ ରହିଥିଲା । ହେଲେ ପୁଣି ପର୍ଯ୍ୟଟନ ଋତୁ ଆସିବାରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନଭେମ୍ବର ପହିଲାରୁ ଏହାକୁ ଖୋଲଯାଇଛି । କୁଲଡିହା ଅଭୟାରଣ୍ୟର ପ୍ରବେଶ ପଥ ଭାବେ ପରିଚିତ ବାଲିଆନାଳ ସ୍ଥିତ ଫରେଷ୍ଟ ଗେଟ୍କୁ ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ଫିତା କାଟିବା ପରେ ପର୍ଯ୍ୟଟକଙ୍କ ପାଇଁ ବନବିଭାଗ ଗେଟ୍ ଖୋଲିଥିଲେ । ଚଳିତବର୍ଷ ବୁଲିବାକୁ ଆସିଥିବା ପର୍ଯ୍ୟଟକମାନେ ପଶ୍ଚିମବଙ୍ଗରୁ ଆସି ପୂର୍ବ ରାତିରେ ପଞ୍ଚଲିଙ୍ଗେଶ୍ୱର ପୀଠ ନିକଟ ହୋଟେଲରେ ରାତ୍ରିଯାପନ କରି ପ୍ରଥମ ଦିନରେ ଟୁରିଷ୍ଟ ଗାଇଡ୍ ମନୋରଞ୍ଜନ ଦାସଙ୍କ ସହିତ ଅଭୟାରଣ୍ୟର ବାଲିଆନାଳ ଫାଟକ ନିକଟରେ ପହଞ୍ଚôଥିଲେ । ବୁଲିବାକୁ ଆସିଥିବା ପ୍ରଥମ ପର୍ଯ୍ୟଟକ ଭାବେ ପଶ୍ଚିମବଙ୍ଗର ରିତୱକ୍ ଗଙ୍ଗୋପାଧ୍ୟାୟ, ଦ୍ୱିତୀୟ ପର୍ଯ୍ୟଟକ ଭାବେ ପଶ୍ଚିମବଙ୍ଗର ରନôାକର କବି ଓ ତୃତୀୟ ପର୍ଯ୍ୟଟକ ଭାବେ ପଶ୍ଚିମବଙ୍ଗର ସୁଦିପ୍ତ ମିତ୍ର ସହ ୧୨ଟି ଚାରି ଚକିଆ ଗାଡିରେ ମୋଟ ୫୮ଜଣ ପର୍ଯ୍ୟଟକ ଆସିଥିବା ବେଳେ ସମସ୍ତଙ୍କୁ ବନବିଭାଗ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ଚନ୍ଦନ ଲଗାଇ ଓ ମିଠା ଖୁଆଇ ସ୍ୱାଗତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ବନ୍ୟପ୍ରାଣୀ ଡିଭିଜନର ଏସିଏଫ୍ ରାମ ଚନ୍ଦ୍ର ମୁର୍ମୁ, କୁଲଡିହା ରେଞ୍ଜର ପ୍ରବୀର ମୁର୍ମୁ, ଫରେଷ୍ଟର ସ୍ୱଂୟରଞ୍ଜନ ମାଝୀ, ଭାଗ୍ୟଶ୍ରୀ ଦୀବେଦୀ ସହ ଫରେଷ୍ଟଗାଡ୍ ଦୁସମନ୍ତ କୁମାର ଜେନା, ମୋନଜ କୁମାର ମାହାଳିକ, ଲାଲମୋହନ ସିଂ, ଦେବେନ୍ଦ୍ର ସିଂ ଓ ସବୁଜବାହିନୀ ପ୍ରମୁଖ ଉପସ୍ଥିତ ଥିଲେ । ବଣ ପାହାଡ ଘେରା ୨୭୨.୭୫ ବର୍ଗ କିମି ପରିବ୍ୟାପ୍ତ କୁଲଡିହା ଅଭୟାରଣ୍ୟର ଗୋହିରାଭୋଳ ଠାରେ ଥିବା ନେଚର୍ସ ପାର୍କକୁ ଆକର୍ଷଣୀୟ କରାଯାଇଛି । ଏହି ଅଭୟାରଣ୍ୟରେ ହାତୀ, ବାଘ, ଭାଲୁ, ସମ୍ବର, ହରିଣ, ଠେକୁଆ, ନୀଳଗାଇ, ବଳିଆ କୁକୁର, ବଜ୍ରକାପ୍ତା, ମୟୂର ଇତ୍ୟାଦି ବନ୍ୟପ୍ରାଣୀ ଦେଖାଯାଆନ୍ତି । କୁଲଡିହାକୁ ଲାଗି ରହିଥିବା ଡ୍ୟାମ୍ ସାତଘାଟି, ରିସିଆ, ଜୋଡ଼ାଚୁଆ ଅଞ୍ଚଳରେ ୨୫୦ରୁ ଅଧିକ ସଂଖ୍ୟାରେ ଦେଶୀ, ବିଦେଶୀର ପକ୍ଷୀ ଦେଖିବାକୁ ମିଳେ । ରାତ୍ରିରେ ରହଣୀ ନିମନ୍ତେ ଅନ୍ଲାଇନରେ ବୁକିଂ ଓ ୱେବ୍ସାଇଟ୍ ରମକ୍ଟଗ୍ଧକ୍ଟଙ୍କକ୍ସକ୍ଟୟସଗ୍ଦଷବ.ମକ୍ଟଜ୍ଞ ସହ ରାତ୍ର ରହଣି ନିମନ୍ତେ ‘ରିସିଆ ପ୍ରକୃତି ନିବାସ’ରେ ୯ଟି ତମ୍ବଘର ରହିବା ସହ ବନ୍ୟପ୍ରାଣୀ ପଶି ନ ଆସିବା ପାଇଁ ଏହା ଚାରିପାଖରେ ଟ୍ରେଞ୍ଚ ଖୋଳାଯାଇଛି । ପର୍ଯ୍ୟଟକମାନେ ବୁଲିବା ସମୟରେ ୫ଟି କୃତ୍ରିମ ସଲ୍ଟପିଟ୍, ୫ଟି ୱାଚ୍ ଟାୱାରରେ ଅତି ନିକଟରୁ କୁଲଡିହା ଅଭୟାରଣ୍ୟ ପଶୁପକ୍ଷୀଙ୍କୁ ଦେଖିବାର ବେବସ୍ଥା କରାଜାଇଛି । ସୂଚନାଥାଉକି, ଅଭୟାରଣ୍ୟ ଭିତରକୁ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ସମୟ ପୂର୍ବାହ୍ନ ସାଢେ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ରହିଛି । ଭ୍ରମଣ ନିମନ୍ତେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରିତ ହୋଇଛି । ଏଠାରେ ଜଣେ ବ୍ୟକ୍ତି ପାଇଁ ୪୦ଟଙ୍କା, କ୍ୟାମେରା ପାଇଁ ୫୦ଟଙ୍କା, ଚାରିଚକିଆ ଯାନ ପାଇଁ ୧୦୦ ଟଙ୍କା ଓ ନେଚର୍ସ କ୍ୟାମ୍ପରେ ରାତ୍ରିଯାପନ ପାଇଁ  ୩ହଜାର ୮୭୪ ଟଙ୍କା ଧାର୍ଯ୍ୟ କରାଯାଇଛି ।