ମୋବାଇଲ ଦୋକାନରୁ ଚୋରି 

 ରଗଡ଼ି : ବୁଧବାର ରାତିରେ କୋରେଇ ଥାନା ରଗଡି-ପାଣିକୋଇଲି ରାସ୍ତା ପାର୍ଶ୍ୱରେ ଥିବା ଲକ୍ଷ୍ମୀ ମୋବାଇଲ ସପରୁ ଦୁର୍ବୃତ୍ତ ସଟର ତାଡି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଛି । ଏଥିରେ ନୂଆ ପୁରୁଣା ସ୍ମାର୍ଟ ମୋବାଇଲ ଫୋନ, ଗୋଟିଏ ଫିଙ୍ଗର ପ୍ରିଣ୍ଟ ଡିଭାଇସ, ଅନ୍ୟାନ୍ୟ ଉପକରଣ ଓ ୫ହଜାର ୫୦୦ଟଙ୍କା ଚୋରି ହୋଇଥିବା ଏହାର ମାଲିକ ପ୍ରିୟବ୍ରତ ଦାସ ଅଭିଯୋଗରେ ଦର୍ଶାଇଛନ୍ତି । ସେ ଦୋକାନ ଖୋଲିବାକୁ ଯିବା ବେଳେ ସଟର ଭଙ୍ଗାଯାଇ ଭିତର ଜିନିଷପତ୍ର ଖୋଲା ଖୋଲି ହୋଇ ଇତସ୍ତତଃ ପଡ଼ିଥିବା ଦେଖିବାକୁ ପାଇଥିଲେ । ପୂର୍ବରୁ୨୦୨୪ ଜାନୁଆରୀରେ ଦୋକାନର ସ୍କାଏ ଲାଇଟ ଭାଙ୍ଗି ଦୁର୍ବୃତ୍ତ ମୋବାଇଲ ସେଟ ସମେତ ଅନ୍ୟାନ୍ୟ ଉପକରଣ ଚୋରି କରି ନେଇ ଯାଇଥିଲେ । ପୁଲିସ ଚୋରି ଘଟଣାର ତଦନ୍ତ କରୁଛି ।