ସଫେଇ କର୍ମଚାରୀଙ୍କୁ ମିଳୁନି କଣ୍ଟ୍ରୋଲ ଚାଉଳ, ଚାକିରିଆ ବୋଲି କହି ଆବେଦନ ଗ୍ରହଣ କରୁ ନାହାନ୍ତି
କେନ୍ଦ୍ରାପଡା: କଣ୍ଟ୍ରୋଲ ଚାଉଳ ମିଳୁ ନଥିବା ନେଇ ମନ୍ତ୍ରୀଙ୍କୁ ଏକ ୬ଦଫା ଦାବିପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ମା ମଙ୍ଗଳା ସଫେଇ କର୍ମଚାରୀ ସଂଘ ପକ୍ଷରୁ ଏହି ଦାବି ଜଣାଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜିଲ୍ଲା କାର୍ଯ୍ୟାଳୟକୁ ଏକ ସମୀକ୍ଷା ବୈଠକରେ ଯୋଗ ଦେବାକୁ ଅସିଥିବା ବେଳେ, ଖାଦ୍ୟ ସୁରକ୍ଷା ଆଇନରେ ସମସ୍ତଙ୍କୁ ରାସନ କାର୍ଡର୍ ମିଳୁଥିବା ବେଳେ ସଫେଇ କର୍ମଚାରୀଙ୍କୁ ଏଥିରୁ ବଞ୍ଚିତ କରାଯାଇଛି ।
ସଫେଇ କର୍ମଚାରୀଙ୍କର ପରିବାରରେ ୫/୬ ଜଣ ସଦସ୍ୟ ଥିବାବେଳେ, ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ଭାବରେ ଆବେଦନ କଲେ ସରକାରଙ୍କର ଚାକିରିଆ ବୋଲି କହି ଆବେଦନକୁ ଗ୍ରହଣ କରାଯାଉନି । ଏ ନେଇ କର୍ମଚାରୀ ମାନେ ଦିନ ମଜୁରିଆ ଭାବେ କାମ କରୁଥିବା ସତ୍ୱେ ଏମାନଙ୍କୁ ରାସନ କାର୍ଡ ଦିଆଯାଉ ନଥିବା ଅଭିଯୋଗ ଗୁଡିକୁ ନେଇ ଖାଦ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରି ଖାଦ୍ୟ ସୁରକ୍ଷା ଆଇନ ବଳରେ ଏମାନଙ୍କୁ ରାସନ କାର୍ଡ ଦେବାପାଇଁ ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ଉପଦେଷ୍ଟା ଅମର ନାୟକ, ସଭାପତି ମନିନ୍ଦ୍ର କୁମାର ରାଉତଙ୍କ ସମେତ ଗଜି ନାୟକ, ପ୍ରକାଶ ନାୟକ, ରଞ୍ଜିତା ଦେଇ, ପ୍ରଭାକର ନାୟକ, ସତୁ ନାୟକ, ମୁନା ନାୟକ, ସଂଜୁ ଦେଇ ପ୍ରମୁଖ ଉପସ୍ଥିତ ଥିଲେ ।