ପ୍ରାକ୍ତନ ପୌରପରିଷଦ ଅଧ୍ୟକ୍ଷ ମନ୍ତ୍ରୀଙ୍କୁ ଭେଟିଲେ
ଆନନ୍ଦପୁର,: ଆନନ୍ଦପୁର ଉପଖଣ୍ଡ ସମେତ ଜିଲ୍ଲାର ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ବାଣିଜ୍ୟ, ପରିବହନ, ଇସ୍ପାତ ଏବଂ ଖଣିମନ୍ତ୍ରୀ ବିଭୁତି ଭୂଷଣ ଯେନାଙ୍କୁ ସାକ୍ଷାତ କରିଛନ୍ତି ଆନନ୍ଦପୁର ପୌରପରିଷଦର ପ୍ରାକ୍ତନ ଅଧ୍ୟକ୍ଷ ରାମଚନ୍ଦ୍ର ସାହୁ ।  ରାଜ୍ୟ ଅତିଥୀ ଭବନରେ  ଶ୍ରୀ ସାହୁ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ସାକ୍ଷାତ କରିଥିବା ବେଳେ ଶାଳପଡାରେ ୨୦ ନମ୍ବର ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱ ରାସ୍ତା ବନ୍ଦ କରଯାଇଥିବା ବେଳେ ଅନ୍ୟ ଏକ ଜାଗାରେ ଦୁଇଟି ସ୍ଥାନରେ ରାସ୍ତାକୁ ଜିଲ୍ଲା ପ୍ରଶାସନ ଏବଂ ବିଭାଗ ପକ୍ଷରୁ ଗତ ଡିସେମ୍ବର ମାସରୁ ବନ୍ଦ କରିଦିଆଯାଇଛି । ଶାଳପଡାରେ ଥିବା ଅସମ୍ପୂର୍ଣ୍ଣ ସର୍ଭିସ ରୋଡ଼କୁ ତୁରନ୍ତ ସମାପ୍ତ କରିବା ସହିତ ଜାତୀୟ ରାଜପଥକୁ ଲାଗି ବିଭିନ୍ନ ସ୍ଥାନରେ ଥିବା ଅସମ୍ପୂର୍ଣ୍ଣ ସର୍ଭିସ ରୋଡ଼ ଗୁଡିକୁ ଶୀଘ୍ର ସାରିବାକୁ ଆଲୋଚନା କରିଥିଲେ ।                        
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
