ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ ବାଇଆଙ୍କ ଗିରଫ ଦାବି
ତିହିଡି : ଅଭିଯୁକ୍ତଙ୍କ ସହିତ କୌଣସି ବିବାଦ ନଥାଇ ଜଣେ ଯୁବକଙ୍କ ଦୋକାନରୁ ଉଠେଇ ଆଣି ନିଜ ଘରେ ପୁରାଇ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ । କେବଳ ସେତିକି ନୁହେଁ କିଛି ସମୟ ପରେ ଅନ୍ୟ ଜଣେ ଯୁବକଙ୍କୁ ନେଇ ସମାନ ଅବସ୍ତା କରାଯାଇଛି ।
ଭୟାତୁର ହୋଇ ଦୁଇଦିନ କାଳ ଘରେ ରହିଥିବା ବେଳେ ଆଜି ଗ୍ରାମବାସୀଙ୍କ ସହଯୋଗରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସଂପୃକ୍ତ ଯୁବକ । ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଯୁବକ ଭଦ୍ରକ ଜିଲ୍ଲା ତିହିଡି ଥାନା ବରୁଣେଇ ଗାଁର ବିରେନ୍ଦ୍ର ବାରିକ ପୁଅ ଚନ୍ଦନ ବାରିକଙ୍କ ଏତଲା କ୍ରମେ ହାଟୁଆରୀ ଗାଁର ଅକ୍ଷୟ ଦାସଙ୍କ ପୁଅ ଭଗବାନ ଦାସ ଓରଫ୍ ବାଇଆ ବିରୋଧରେ ଥାନାରେ ସଂଗୀନ ଦଫା ୧୨୬(୨), ୧୧୫(୨), ୧୦୯, ୩୦୩(୨), ୨୯୬, ୩୫୨(୨) ଓ ୩(୫) ବିଏନଏସରେ ଏକ ମାମଲା ୧୦୦/୨୫ ରୁଜୁ କରି ତଦନ୍ତ ଚଳାଇଛି ପୋଲିସ । ଅଭିଯୋଗ ମୁତାବକ, ଚଳିତ ମାସ ୧୫ ତାରିଖ ଦିବା ପ୍ରାୟ ୨ ଘଟିକା ସମୟରେ ସ୍ଥାନୀୟ ପାଳିଆ କଲେଜ ନିକଟସ୍ଥ ଦୋକାନରେ କାର୍ଯ୍ୟରତ ଥିବାବେଳେ ଅଭିଯୁକ୍ତ ଭଗବାନ ଓ ତାର ୧୦ ଜଣ ସହଯୋଗି ସାଥିହୋଇ ଦୋକାନରୁ ଉଠେଇ ଆଣି ବଳିଆ ବାବଦରେ ପ·ରିବା ସହିତ ବଳପୂର୍ବକ ଘୋଷାରି ଆଣି ଅତି ଅଭଦ୍ର ଭାଷାରେ ଗାଳି ଗୁଲଜ କରି ନିକଟସ୍ଥ ବାସଗୃହକୁ ନେଇ କବାଟ ବନ୍ଦ କରି ଦେଇଥିଲେ । ପରେ ଉଠେଇ ତାଙ୍କ ସାଙ୍ଗ ରାଜାରାମ ମଲ୍ଲିକଙ୍କୁ ମଧ୍ୟ ଘୋଷାରି ଆଣିଥିଲେ । ଭଗବାନ ଦାସ ଏକ ଧାରୁଆ ଭୁଜାଲୀରେ ଚନନ୍ଦଙ୍କୁ ଜୀବନରୁ ମାରିଦେବା ଉଦେ୍ଦଶ୍ୟରେ ହାଣିଥିଲେ ହେଲେ ଭୁଜାଲୀ ବାହାରେ ମୁଣ୍ଡରେ ବାଜିନଥିଲା । ଚନ୍ଦନ ଓ ରାଜାରାମଙ୍କୁ ଅଭିଯୁକ୍ତମାନେ ବିଧା, ଗୋଇଠା, ·ପୁଡା ମାରିବା ସହିତ ବାଡିରେ ପିଟିଥିଲେ । ଏବଂ ପାଖରେ ଥିବା ଜଗଦ୍ ୧୦ ହଜାର ଟଙ୍କା ଛଡେଇ ନେଇଥିଲେ । ତେବେ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କଲେ ଦୁଇ ଜଣଙ୍କୁ ଜୀବନରୁ ମାରିଦେବକୁ ଧମକ ଦେଇଥିଲେ । ଏତାଲା ଦେବା ସହିତ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ପୀଡିତ ଯୁବକ ଓ ଗ୍ରାମବାସୀ ପ୍ରମୁଖ ଦାବି କରିଛନ୍ତି ।