ଫାଓର ସଭାପତି ହେଲେ ଟଙ୍କଧର

କଟକ:  ଫୁଟବଲ ଆସୋସିଏସନ୍ ଅଫ୍ ଓଡିଶାର ନୂଆ ସଭାପତି ଭାବେ ଦାୟିତ୍ୱ ନେଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ଦାୟିତ୍ୱ ନେବା ସହ ପୂର୍ବରୁ ଯେଉଁମାନେ ଫୁଟବଲ ଆସୋସିଏସନ୍ର ଦାୟିତ୍ୱରେ ଥିଲେ ସେମାନଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରିବା ସହ ଅନୁଭବିମାନଙ୍କ ଅନୁଭବକୁ ନେଇ ଓଡିଶା ଫୁଟବଲକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାର ପ୍ରୟାସ କରିବେ ବୋଲି କହିଛନ୍ତି ଟଙ୍କଧର । ସେପଟେ ଏବେ ସବୁ କ୍ରୀଡା ସଙ୍ଗଠନରୁ ବିଜେଡି ହଟି ବିଜେପି ନେତାମାନେ ଦାୟିତ୍ୱ ନେଉଥିବା ସମ୍ପର୍କରେ ପ୍ରତିକ୍ରିୟା ରଖି ଫାଓ ସମ୍ପାଦକ ଆଶୀର୍ବାଦ ବେହେରା କହିଛନ୍ତି କ୍ରୀଡା ସଙ୍ଗଠନ ସରକାରଙ୍କ ସହ ରହିଲେ ହିଁ କ୍ରୀଡାର ଉନ୍ନତି ହେବ ।
ଝାରସୁଗୁଡ଼ା ବିଧାୟକ ଟଙ୍କଧର ତି୍ରପାଠୀ ଫାଓର ବିନା ପ୍ରତିଦ୍ୱନ୍ଦୀତାରେ ଫାଓ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ରବିବାର ବାରବାଟୀ ଷ୍ଟାଡ଼ିୟମର ଓସିଏ ସମ୍ମିଳନୀ କକ୍ଷରେ ସଭାପତି ପଦ ପାଇଁ ଫାଓର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଧାୟକ ଶ୍ରୀ ତି୍ରପାଠୀଙ୍କ ନାମ ସଭାପତି ପଦ ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା । ପ୍ରସ୍ତାବଟି ସର୍ବ ସମ୍ମତି କ୍ରମେ ଗୃହୀତ ହୋଇ ଶ୍ରୀ ତି୍ରପାଠୀଙ୍କୁ ଫାଓର ସଭାପତି ପଦରେ ନିର୍ବାଚିତ କରାଯାଇଥିଲା । ପୂର୍ବତନ ସଭାପତି ସ୍ୱର୍ଗତଃ ସମୀର ଦେଙ୍କର ବିୟୋଗ ଯୋଗୁଁ