ଭାରତ ଉପରେ ଲାଗିବ ୫୦୦% ଶୁଳ୍କ
ନୂଆଦିଲ୍ଲୀ: ଋଷିଆ ଠାରୁ ତେଲ କିଣୁଥିବା ଦେଶ ଉପରେ ଆମେରିକାର ଟ୍ରମ୍ପ ସରକାର କ୍ଷୁବ୍ଧ ଅଛନ୍ତି । ସେହିସବୁ ଦେଶଗୁଡ଼ିକ ଉପରେ ୫୦୦% ଟିକସ ଲାଗିବ । ଏହି ତାଲିକାରେ ଭାରତ ଓ ଚାଇନା ବି ରହିଛନ୍ତି । ଏକ ସାକ୍ଷାତକାରରେ ଏନେଇ ଆମେରିକା ସିନେଟର ଲିଣ୍ଡସି ଗ୍ରାହାମ୍ ସୂଚନା ଦେଇଛନ୍ତି । ଭାରତ ଓ ଚାଇନା ଋଷର ୭୦% ତେଲ କିଣୁଛନ୍ତି । ଯାହାକି ଋଷକୁ ଯୁଦ୍ଧ ପାଇଁ ବଳ ଯୋଗାଉଛି ବୋଲି ସେ କହିଛନ୍ତି । ୟୁକ୍ରେନ ଯୁଦ୍ଧ ପରେ ଭାରତ ମଧ୍ୟପ୍ରାଚ୍ୟ ଅପେକ୍ଷା ଋଷଠାରୁ ଅଧିକ ତେଲ କିଣିଛି । ପ୍ରାୟ ୪୯ ବିଲିୟନ ୟୁରୋର ତୈଳ କିଣାଯାଇଥିବା ନେଇ ଜଣାପଡ଼ିଛି ।