ସ୍ନାନଯାତ୍ରା ପାଇଁ ବ୍ୟାପକ ପୁଲିସ୍ ବ୍ୟବସ୍ଥା : ମହିଳାମାନଙ୍କୁ ସହଯୋଗ ପାଇଁ ପିଙ୍କ ହେଲ୍ପ ଡେସ୍କ
ପୁରୀ: ଆସନ୍ତା ୧୧ ତାରିଖ ଦିନ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତର ଓ ବାହାର ଟ୍ରାଫିକ୍, ଭିଡ଼ ନିୟନ୍ତ୍ରଣ, ପର୍ଯ୍ୟଟକଙ୍କୁ ସହଯୋଗ ଓ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ପୁରୀ ପୁଲିସ ପକ୍ଷରୁ ବ୍ୟାପକ ଫୋର୍ସ ଓ ଅଫିସର ନିୟୋଜିତ କରାଯିବ । ଶ୍ରୀମନ୍ଦିର ଭିତରେ ଜଣେ ଏସ୍.ପି ର୍ୟାଙ୍କର ଅଧିକାରୀ, ୬ଜଣ ଅତିରିକ୍ତ ଏସ୍.ପି, ୧୩ ଜଣ ଡ଼ିଏସ୍ପି, ୨୭ଜଣ ଇନ୍ସପେକ୍ଟର ,୧୦୫ଜଣ ଏସ୍ଆଇ ଓ ଏଏସ୍ଆଇ, ୧୨୨ଜଣ କନଷ୍ଟେବଳ, ୮୪ଜଣ ହୋମଗାର୍ଡ଼ ଓ ୩୪ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ ବୋଲି ଏସ୍ପି ବିନିତ ଅଗ୍ରୱାଲ ସୂଚନା ଦେଇଛନ୍ତି । ମନ୍ଦିର ଭିତର ଓ ମୁଖ୍ୟ ମନ୍ଦିରର ବାହ୍ୟ ବେଢାରେ ଏହି ପୁଲିସ କର୍ମଚାରୀମାନେ ନିୟୋଜିତ ହେବେ । ମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ପାଇଁ ୨ଜଣ ଏସ୍.ପି ର୍ୟାଙ୍କର ପୋଲିସ ଅଧିକାରୀ, ୫ଜଣ ଅତିରିକ୍ତ ଏସ୍.ପି, ୮ଜଣ ଡ଼ି.ଏସ୍.ପି, ୨୬ଜଣ ଇନ୍ସପେକ୍ଟର, ୧୦୯ଜଣ ଏସ୍.ଆଇ ଓ ଏ.ଏସ୍.ଆଇ, ୫୦ଜଣ ହୋମଗାର୍ଡ଼, ୪୯ଜଣ କନଷ୍ଟେବଳ, ୨୪ପ୍ଲାଟୁନ ପୋଲିସ ଓ ଗୋଟିଏ ସେକ୍ସନ ଫୋର୍ସ ନିୟୋଜିତ ହେବେ ।
ଗଣମାଧ୍ୟମକୁ ସୂଚନା ଦେଇ ଏସ୍.ପି କହିଛନ୍ତି ଟ୍ରାଫିକ ନିୟନ୍ତ୍ରଣ ପାଇଁ ଜଣେ ଏସ୍.ପି, ୨ଜଣ ଅତିରିକ୍ତ ଏସ୍.ପି, ୬ଜଣ ଡ଼ି.ଏସ୍.ପି, ୧୦ଜଣ ଇନ୍ସପେକ୍ଟର, ୮୭ଜଣ ଏସ୍.ଆଇ ଓ ଏ.ଏସ୍.ଆଇ, ୧୪୦ଜଣ କନଷ୍ଟେବଳ, ୪୦୬ଜଣ ହୋମଗାର୍ଡ଼, ୮ପ୍ଲାଟୁନ ପୋଲିସ ଓ ୨ସେକ୍ସନ ଫୋର୍ସ ନିୟୋଜିତ ହେବେ । ଚଳିତ ବର୍ଷ ପର୍ଯ୍ୟଟକମାନଙ୍କୁ ଆବଶ୍ୟକ ସ୍ଥଳେ ସହଯୋଗ କରିବା ପାଇଁ ମଧ୍ୟ ପୋଲିସ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଜଣେ ଅତିରିକ୍ତ ଏସ୍.ପି, ଜଣେ ଡ଼ି.ଏସ୍.ପି, ଜଣେ ଇନ୍ସପେକ୍ଟର, ୧୭ଜଣ ଏସ୍.ଆଇ ଓ ଏ.ଏସ୍.ଆଇ, ୨୪ଜଣ କନଷ୍ଟେବଳ, ୩୮ଜଣ ହୋମଗାର୍ଡ଼, ୧ପ୍ଲାଟୁନ ପୋଲିସ ଓ ୨ସେକ୍ସନ ଫୋର୍ସ ନିୟୋଜିତ ହେବେ । ଅନ୍ୟାନ୍ୟ ବ୍ୟବସ୍ଥା ତଦାରଖ ପାଇଁ ୨ଜଣ ଏସ୍.ଆଇ, ୨ସେକ୍ସନ ଫୋର୍ସ ସଜାଗ ରହିବେ । ମୋଟ ୭୦ପ୍ଲାଟୁନ ଓ ୧ସେକ୍ସନ ଫୋର୍ସ ନିୟୋଜିତ କରାଯାଇଛି । ପବିତ୍ର ଅକ୍ଷୟତୃତୀୟା ଠାରୁ ମହିଳାମାନଙ୍କୁ ସହଯୋଗ କରିବା ପାଇଁ ପୋଲିସ ପକ୍ଷରୁ ପିଙ୍କ ହେଲ୍ପ ଡ଼େସ୍କ ଉତ୍ତରଦ୍ୱାର ଠାରେ କରାଯାଇଥିବା ବେଳେ ଅଦ୍ୟାବଧି ୧୯୮ଜଣ ମହିଳାଙ୍କ ଅଭିଯୋଗ ଗ୍ରହଣ କରାଯାଇ ଜିଲ୍ଳାର ବିଭିନ୍ନ ଥାନାମାନଙ୍କୁ ପିଙ୍କ୍ ହେଲ୍ପ ଡ଼େସ୍କ ମାଧ୍ୟମରେ ଯୋଗଯୋଗ କରାଯାଇ ସମାଧାନ କରାଯାଇଛି ।