ବଜେଟ୍ : କେଉଁ ବିଭାଗକୁ ମିଳିଛି କେତେ ଟଙ୍କା?

ବଜେଟ୍  : କେଉଁ ବିଭାଗକୁ ମିଳିଛି କେତେ ଟଙ୍କା?

 ଲୋକସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପାଖାପାଖି ୧ ଘଣ୍ଟା ୧୪ ମିନିଟର ଏହି ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ବଡ଼ ଘୋଷଣା କରିଛନ୍ତି । ଖାସ୍ କରି ନିର୍ମଳାଙ୍କ ଅର୍ଥପେଡିରୁ ବାହାରିଛି ଆୟକର ଦାତାଙ୍କ ପାଇଁ ଖୁସି ଖବର । ତେବେ ନିର୍ମଳାଙ୍କ ଏହି ଅଭିଭାଷଣରେ ସେ ଯୁବବର୍ଗ, ଚାଷୀ, ମହିଳାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ ୫୧ ଥର ଟ୍ୟାକ୍ସ ଶବ୍ଦ ବ୍ୟବହାର କରିଥିବାବେଳେ, ୨୬ ଥର ଟିଡିଏସ୍ ଏବଂ ଟିସିଏସ୍ ଶବ୍ଦ ବ୍ୟବହାର କରିଛନ୍ତି । ଏହାସହ ୨୨ ଥର କଷ୍ଟସ ଏବଂ ଟ୍ୟାକ୍ସପେୟର ଶବ୍ଦ, ୨୦ ଥର ମେଡିକାଲ, ରିଫର୍ମ ଏବଂ ଚାଷୀ, ୧୮ ଥର ସ୍କିମ୍, ୧୭ ଥର ଏକ୍ସପୋର୍ଟ ଆଉ ୧୫ ଥର ଏମଏସଏମଇ ଶବ୍ଦର ବ୍ୟବହାର କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥର ବଜେଟରେ ଅର୍ଥମନ୍ତ୍ରୀ ୮ ଥର ପୂର୍ବୋତ୍ତର ଶବ୍ଦର ବ୍ୟବହାର କରିଛନ୍ତି । ଯେଉଁଥିରୁ ଜଣାପଡୁଛି ଯେ, ପୂର୍ବୋତ୍ତର ରାଜ୍ୟକୁ ପ୍ରାଧାନ୍ୟ ଦେଉଛନ୍ତି ମୋଦୀ ସରକାର । 

କେଉଁ ବିଭାଗକୁ ମିଳିଛି କେତେ ଟଙ୍କା?

  • ପ୍ରତିରକ୍ଷା - ୪,୯୧,୭୩୨ କୋଟି
  • ଗ୍ରାମୀଣ ବିକାଶ  - ୨,୬୬,୮୧୭ କୋଟି
  • ଗୃହ ମନ୍ତ୍ରାଳୟ - ୨,୩୩,୨୧୧ କୋଟି
  • କୃଷି  - ୧,୭୧,୪୩୭ କୋଟି
  • ଶିକ୍ଷା - ୧,୨୮,୬୫୦ କୋଟି
  • ସ୍ୱାସ୍ଥ୍ୟ  - ୯୮,୩୧୧ କୋଟି
  • ନଗର ଉନ୍ନୟନ - ୯୬,୭୭୭ କୋଟି
  • ସୂଚନା ଓ ପ୍ରଯୁକ୍ତିବିଦ୍ୟା - ୯୫,୨୯୮ କୋଟି
  • ଶକ୍ତି - ୮୧,୧୭୪ କୋଟି
  • ବାଣିଜ୍ୟ ଓ ଉଦ୍ୟୋଗ - ୬୫,୫୫୩ କୋଟି
  • ସମାଜ କଲ୍ୟାଣ - ୬୦,୦୫୨ କୋଟି 
  • ବୈଜ୍ଞାନିକ ବିଭାଗ - ୫୫,୬୭୯ କୋଟି