ଭାସିଯାଇ ଥିବା ବାପା ଓ ଝିଅଙ୍କୁ ଉଦ୍ଧାର 

ଖଣ୍ଡପଡ଼ା :  ନଦୀ ଘାଟରେ ବାପା ଓ ଝିଅ ଭାସି ଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ନୌସେନା ଅଧିକାରୀ ସାହାସିକତାର ସହିତ ସେମାନଙ୍କୁ ଉଦ୍ଧାର କରିଛନ୍ତି । ନୟାଗଡ଼ ଜିଲ୍ଲା ଓଡଙ୍ଗା ଥାନା ଅଧୀନ ଗୋଡିସାହିର ମହେସ ଗିରି ଓ ୨ ଝିଅଙ୍କୁ ନେଇ କଣ୍ଟିଲୋ ନୀଳମାଧବଙ୍କ ଦର୍ଶନ ନିମନ୍ତେ ଯାଇ ସେଠାରେ ଠାକୁର ଦର୍ଶନ କରି ସିଧାମୂଳା ଗୋକୂଳାନନ୍ଦ ଦର୍ଶନ କରିବା ପାଇଁ ଯାଇଥିଲେ । ପ୍ରଭୁ ଶ୍ରୀ ଗୋକୂଳାନନ୍ଦ ପାଦଦେଶରେ ମହାନଦୀ ଘାଟକୁ ସ୍ନାନ କରିବାକୁ ଯାଇଥିଲେ । ସେଠାରେ ହଠାତ୍ ଝିଅ ଶୁଭମର ଗୋଡ଼ ଖସି ଯିବାରୁ ପାଣିରେ ବୁଡି ଯାଇଥିଲା । ଝିଅକୁ ଉଦ୍ଧାର କରିବା ପାଇଁ ବାପା ମଧ୍ୟ ପାଣିରେ ଭାସି ଯାଉଥିବାରୁ ଝିଅ ପାଟିକରି ଲୋକଙ୍କୁ ସାହାର୍ଯ୍ୟ କରିବା ପାଇଁ ପାଟି କରିବା ଶୁଣି ହଠାତ୍ ସେଠାକୁ କିଛି ଲୋକ ଧାଇଁ ଆସିବା ସହ ପାଣିରେ ଭାସି ଯାଉଥିବା ଝିଅକୁ ଗଣିଆ ବ୍ଲକର ପାଣ୍ଡେରାସିଙ୍ଗ ଗ୍ରାମର ନୌସେନା ଅଧିକାରୀ ସୋମ୍ୟରଞ୍ଜନ ଦୁଇ ଜଣଙ୍କୁ ପାଣିରୁ ଉଦ୍ଧାର କରିଥିଲେ । ନୌସେନା ଅଧିକାରୀ ଜଣକ ଚେନ୍ନାଇ ନୌସେନା ବିଭାଗରେ କାର୍ଯ୍ୟରତ ଥିବା ବେଳେ, ନିଜ ଗାଁକୁ ବୁଲିବାକୁ ଆସି ଥିଲେ । ତହସିଲଦାର ବିଶ୍ୱବିଶୃତ ତ୍ରୀପାଠୀ ତାଙ୍କୁ ସାହାସ ପୁରସ୍କାର ପ୍ରଦାନ କରିଥିଲେ ।