ହୃଦ୍ଘାତରେ ପୂର୍ବତନ ସରପଞ୍ଚଙ୍କ ମୃତୁ୍ୟ
ନୀଳଗିରି : ନୀଳଗିରି ନିର୍ବାଚନ ମଣ୍ଡଳୀ ଔପଦା ବ୍ଲକ୍ ଦକ୍ଷିଣ ନରସିଂହପୁର ପୂର୍ବତନ ସରପଞ୍ଚ ତଥା ନୀଳଗିରି ମହୁରୀର ସଂଘ ସଦସ୍ୟ ହରେକୃଷ୍ଣ ଜେନା (୭୨)ଙ୍କ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଛି । ସୂଚନା ମୁତାବକ ଚାଷଖଣ୍ଡ ଗ୍ରାମର ବାସ ଭବନରେ ଗତକାଲି ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପ୍ରଥମେ ଖନ୍ତାପଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେ ଗୁରୁତ୍ତର ଥିବାକଥା ସେଠାରେ ଡାକ୍ତର କହିଥିଲେ । ପରିବାର ଲୋକେ ତାଙ୍କୁ ରେମୁଣା ସ୍ଥିତ ଫକୀରମୋହନ ମେଡିକାଲକୁ ନେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ପରଲୋକ ହୋଇଛି । ତାଙ୍କ ମୃତୁ୍ୟ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକାକୋଳ ପରିବେଶ ସୃଷ୍ଟି ହୋଇଛି । ଗ୍ରାମରେ ପାର୍ଥିବ ଶରୀର ପହଞ୍ଚôବା ପରେ ସିପିଆଇ ଜିଲ୍ଲା ସମ୍ପାଦକ ସରପଞ୍ଚ ନିରଞ୍ଜନ ବାରିକ, ସରପଞ୍ଚ ଅଶୋକ ଜେନା, କଂଗ୍ରେସ ନେତା ବିଦ୍ୟାଧର ମହାନ୍ତି, ବହୁ ବ୍ୟକ୍ତି ଶେଷ ଦର୍ଶନ କରି ଅମରଆତ୍ମାର ସଦ୍ଗତି କାମନା କରିବା ସହିତ ଦଳୀୟ ଲାଲ ପତାକା ଘୋଡାଇ ଲାଲ ସଲାମ ଜଣାଇଥିଲେ । ପରେ ଦଳର ଜିଲ୍ଲା ସମ୍ପାଦକ ଏବଂ ମହୁରୀର ସଙ୍ଘ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ପରିବାରକୁ ୨୦ ହଜାର ଅର୍ଥରାଶି ସହଧର୍ମିଣୀଙ୍କୁ ପ୍ରଦାନ କରିଥିଲେ । ସହ ଧର୍ମିଣୀ, ବଡପୁଅ ପୁଲିନ, ସାନପୁଅ ଲଲିନ ଜେନା, ପୁତ୍ରବଧୂ, ନାତି, ନାତୁଣୀ, ପରିବାର ବର୍ଗ, ଜ୍ଞାତି କୁଟୁମ୍ବ ଶବାଧାରରେ ଯାଇ ଥିବାବେଳେ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ସାନ ପୁଅ ଲଲିନ ଜେନା ମୁଖାଗ୍ନି ଦେଇଥିଲେ ।