ଆନ୍ତଃଜିଲ୍ଳା ସୁନାଚୋରି ର୍ୟାକେଟର ୭ ଗିରଫ

 ତାଳଚେର:  ଆନ୍ତଃଜିଲ୍ଳା ସୁନାଚେନ ଚୋରି ର୍ୟାକେଟରେ ସମ୍ପୃକ୍ତ ୭ଜଣଙ୍କୁ ଆଜି ତାଳଚେର ପୁଲିସ୍ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୪ଟି ସୁନାଚେନ ଓ ଏଥିରେ ବ୍ୟବହୃତ ଏକ ବାଇକ ଜବତ କରି ସମ୍ପୃକ୍ତ ଅପରାଧିମାନଙ୍କୁ କୋର୍ଟ ଚାଲାଣ କରିଥିବା ଘଟଣା ତାଳଚେର ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ସମୟରେ ଅତି ଚତୁରତା ସହ ବାଇକରେ ଆସି ମହିଳାମାନଙ୍କ ବେକରୁ ସୁନାଚେନ ଝାମ୍ପିନେଇ ଆଖିପିଛୁଳାକେ ଛୁ’ ମାରିଥିବା ଅଭିଯୋଗକୁ ଆଧାରକରି ବିଭିନ୍ନ ଜିଲ୍ଳାରେ ଅଭିଯୋଗ ହୋଇଥିଲା  । ଏହି ଅଭିଯୋଗକୁ ଆଧାର କରି ତାଳଚେର ପୁଲିସ୍ ତନାଘନା କରିବାପରେ ସୁନାଚୋରି ଘଟଣାରେ ଦୁଇଜଣ ସୁବାଷ ସାହୁ  ଗ୍ରାମ  କଲଣ୍ଡା, ଜିଲ୍ଳା ଯାଜପୁରରୁ ହୋଇଥିବାବେଳେ ଢ଼େଙ୍କାନାଳ ଗଁଦିଆ ଗ୍ରାମର ଗିରିଜାଶଙ୍କର ସ୍ୱାଇଁ, ନିଆଳି ପ୍ରସାଦ ଥାନା ଅଂଚଳର ପ୍ରତାପ ଚନ୍ଦ୍ର ପ୍ରଧାନ, ଯାଜପୁର ଜିଲ୍ଳାର ଜେନାପୁର ଥାନା ଅନ୍ତର୍ଗତ ବଟକୃଷ୍ଣ ମହାରଣା, ସେହି ଅଂଚଳର ଗଙ୍ଗାଧର ସାହୁଙ୍କ ମଧ୍ୟସ୍ଥିତାରେ କଟକ ଅଂଚଳର ସିଡିଏ ସେକ୍ଟର୭ର ମର୍ଗତ ନଗର ଥାନା ଅଂଚଳର ଜିତେନ୍ଦ୍ର ମହାରଣା ଓ ସେକବଜାର ଲାଲବାଗ ଥାନା ଅଂଚଳର ସୁରେଶ କୁମାର ଜେଠିଙ୍କ ପାଖରେ ଏହି ସୁନାଚେନଗୁଡିକୁ ବିକ୍ରି କରିଥାନ୍ତି ବୋଲି ତାଳଚେର ଥାନାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୋଳ ଜିଲ୍ଳା ଏସପି ରାହୁଲ ଜେନ୍ ପ୍ରକାଶ କରିଛନ୍ତି  । ସୁନାଚେନଗୁଡିକ ପ୍ରାୟ ୩ଶହଗ୍ରାମ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨୪ ଲକ୍ଷ ଟଙ୍କା ହେବା ସହ ଯେଉଁ ମାନଙ୍କ ସୁନାଚେନ ଚୋରି ହୋଇଛି ଥାନା ପକ୍ଷରୁ ଅନୁସନ୍ଧାନ ପରେ ସେମାନଙ୍କୁ ଏହି ଚେନଗୁଡିକ ପ୍ରଦାନ କରାଯିବ ବୋଲି ଏସପି ଶ୍ରୀ ଜେନ ଏହା ପ୍ରକାଶ କରିଛନ୍ତି  ।