ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

ବିଞ୍ଝାରପୁର : ଭିଜିଲାନ୍ସ ଜାଲରେ ବିଞ୍ଝାରପୁରର ଅତିରିକ୍ତ ତହସିଲଦାର । ମନେଇ ବାଲି ଘାଟ ଜମିଜମା ମାପଚୁପ ବାବଦକୁ ଏକ ତରଫା ବିଚାର କରିବାକୁ ଯାଇ ଜମି ମଲିକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଭିଜିଲାନ୍ସ ଟିମ୍‌ ପରେ ଅତିରିକ୍ତ ତହସିଲଦାରଙ୍କ ତାଙ୍କ ଭଡ଼ା ଘର ଅଲାରପୁର ଠାରେ ଚଢାଉ କରି ନଗଦ ୨ଲକ୍ଷ ୪୦ହଜାର ଟଙ୍କା ଜବତ କରିଥିବା ଭିଜିଲାନ୍ସ ଡିଏସପି ସୁଶିଲ ଏକ୍କା ସୂଚନା ଦେଇଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଭିଜିଲାନ୍ସ ଅତିରିକ୍ତ ତହସିଲଦାରଙ୍କ କେନ୍ଦ୍ରାପଡ଼ା ଘରେ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି ।