ଭିନ୍ନକ୍ଷମଙ୍କ ଅଧିକାର ନେଇ ସଚେତନତା
ଭୁବନେଶ୍ୱର : ବିଜେବି କଲେଜଠାରେ ଭିନ୍ନକ୍ଷମମାନଙ୍କ ଅଧିକାର ସମ୍ପର୍କରେ ସଚେତନତା ଓ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଭିନ୍ନକ୍ଷମ ଆୟୁକ୍ତଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଉଦଘାଟନ ଅଭିଭାଷଣରେ ଭିନ୍ନକ୍ଷମ ଆୟୁକ୍ତ କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ଓ ଯୁବସମାଜ ନିମନ୍ତେ ରହିଥିବା ଆହ୍ୱାନ ବିଷୟରେ ଧାରଣ ଦେଇ କହିଥିଲେ ଯେ, ଆଇନ ଭିନ୍ନକ୍ଷମ ମାନଙ୍କୁ ମଧ୍ୟ ସମାଜରେ ସମ୍ମାନର ସହ ବଞ୍ଚିବାର ଅଧିକାର ପ୍ରଦାନ କରିଛିି । ଆଇନକୁ ସମ୍ମାନ ଦେଇ ଛାତ୍ର ସମାଜ, ଯେଉଁମାନେ ଭବିଷ୍ୟତର ନାଗରିକ, ସେମାନଙ୍କ ଦାୟିତ୍ୱ ତଥା ଭାଗୀଦାରୀ ରହିଛି । ଶିକ୍ଷା, ନିଯୁକ୍ତି ତଥା ନୂତନ ଶିକ୍ଷା ନୀତି ଅନୁସାରେ କଲେଜ ଗୁଡିକ ଆଗେଇ ଆସିବା ଆବଶ୍ୟକ । ଏହି କ୍ରମରେ ସମ୍ବଲପୁରର ସରକାରୀ ମହାବିଦ୍ୟାଳୟ, କୋରାପୁଟର ଡିଏଭି କଲେଜ, ବ୍ରହ୍ମପୁର ଶଶୀ ଭୂଷଣ ମହିଳା ମହାବିଦ୍ୟାଳୟ, ବାଲେଶ୍ୱରର କୁନ୍ତଳା କୁମାରୀ ସାବତ ସରକାରୀ ମହିଳା ମହାବିଦ୍ୟାଳୟ ଓ ପରିଶେଷରେ ବିଜେବି କଲେଜ ଭୁବନେଶ୍ୱରଠାରେ ୫ଟି ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୫ ଟି ବିଜୟୀ ଦଳ ମଧ୍ୟରେ ରାଜ୍ୟ ସ୍ତରରେ ପ୍ରତିଯୋଗିତା ହେବାର କାର୍ଯ୍ୟକ୍ରମ ରହିଛି ।