ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର  

 ବାଲିପାଟଣା: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଆନୁକୂଲ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଆନୁଷ୍ଠାନିକ ଭାବରେ ଏହାକୁ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଶୁଭାରମ୍ଭ କରିଥିଲେ । ଏଥିରେ ଅନ୍ୟାନ୍ୟ ଅତିଥି ଭାବେ ଚେୟାରମ୍ୟାନ ହରପ୍ରିୟା ଦାସ ଓ ବିଡିଓ ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶିନୀ ଓ ସାମାଜିକ ସୁରକ୍ଷା ଅଧିକାରୀ ଦିବ୍ୟଜ୍ୟୋତି ଭୁଟିଆ ଯୋଗଦେଇଥିଲେ । ମୋଟ ୫୪୨ ଜଣ ପଞ୍ଜୀକୃତ ହୋଇଥିବା ବେଳେ, ସେମାନଙ୍କୁ ଚକ୍ଷୁ, ଶ୍ରବଣ, ଶାରୀରିକ, ମାନସିକ, ଶିଶୁ ରୋଗ ପ୍ରଭୃତି ବିଭିନ୍ନ ବିଶେଷଜ୍ଞ ପରୀକ୍ଷା କରି ୩୦୭ ଜଣଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ବିଧାୟକ ୨ ଜଣଙ୍କୁ ହୁଇଲ୍ ଚେୟାର ଓ ଜଣେ ଚକ୍ଷୁ୍ୟବାଧିତଙ୍କୁ ପ୍ରଦାନ କରିଥିଲେ ।