ବ୍ଲକ୍ ଅତିରିକ୍ତ ଶିକ୍ଷା ଅଧିକାରୀ ନିଲମ୍ବିତ

 ପଟ୍ଟାମୁଣ୍ଡାଇ: ଆର୍ଥିକ ଅନିୟମିତା ଅଭିଯୋଗରେ ପଟ୍ଟାମୁଣ୍ଡାଇ ବ୍ଲକ୍ ଅତିରିକ୍ତ ଶିକ୍ଷା ଅଧିକାରୀ ଚନ୍ଦ୍ରଶେଖର ତ୍ରିପାଠୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଗଣଶିକ୍ଷା ବିଭାଗ ପ୍ରାଥମିକ ଶିକ୍ଷାନିଦେ୍ର୍ଦଶକ ଏହି ନିଦେ୍ର୍ଦଶନାମା ଦେବା ସହ ନିଲମ୍ବନ ଅବଧି ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରିବାକୁ ନିଦେ୍ର୍ଦଶନାମାରେ ଉଲ୍ଲେଖ କରାଯାଇଛି । ସୂଚନାଯୋଗ୍ୟ ଯେ, ମାଟିଆପଡ଼ା ୟୁଜିଏଚ୍ଏସ୍ ସ୍କୁଲ୍ରେ ପ୍ରଧାନଶିକ୍ଷକ ଭାବେ କାମ କରୁଥିବା ସମୟରେ ସ୍କୁଲ୍ ପରିଚାଳନା କମିଟି ଓ ଅଭିଭାବକମାନେ ତାଙ୍କ ନାମରେ ଆର୍ଥିକ ଅନିୟମିତତା ଅଭିଯୋଗ ଆଣିଥିଲେ । ମହାକାଳପଡ଼ା ବିଇଓ ତନ୍ମୟ ବେହେରାଙ୍କ ଶେଷ ତଦନ୍ତ ରିପୋର୍ଟ ପରେ ତାଙ୍କ ବିରୋଧରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଶ୍ରୀ ତ୍ରିପାଠୀ ୫ମାସ ପରେ ଚାକିରିରୁ ଅବସର ଗ୍ରହଣ କରିଥାନ୍ତେ ।