ଭୂବନେ୍ଦାବସ୍ତକୁ ନେଇ ନୂଆ ନିଦେ୍ର୍ଦଶନାମା : ଅଧିବାସୀଙ୍କ ଜମିପଟ୍ଟା ପାଇବା ନେଇ ଆଶା ସଂଚାର
ଆସିକା : ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଆସିକା ପୌରାଞ୍ଚଳ ଅନ୍ତର୍ଗତ ପାଞ୍ଚଟି ମୌଜାରେ ହାଇଟେକ୍ ବା ଓଡ଼ିଶା ସ୍ପେସିଆଲ ସର୍ଭେ ଓ ସେଟେଲମେଣ୍ଟ ଆକ୍ଟ-୨୦୧୨ ଅନୁଯାୟୀ ଭୁ-ବନେ୍ଦାବସ୍ତ କରିବା ନେଇ ସାନି ନୂଆ ନିଦେ୍ର୍ଦଶନାମା ଗତ ୧୧ ଜୁନ୍ରେ ପ୍ରକାଶିତ ହୋଇଛି । ଏହି ଖବର ପ୍ରଚାରିତ ହେବା ପରେ ଆସିକା ଅଞ୍ଚଳ ଅଧିବାସୀଙ୍କ ମଧ୍ୟରେ ଆନନ୍ଦ ଦେଖାଦେବା ସହ ସେମାନଙ୍କ ବାସ ଗୃହ ବା ଜମିପଟ୍ଟା ପାଇବା ଆଶା ସଂଚାର କରିଛି ।
ଏହି ନିଦେ୍ର୍ଦଶନାମା ଅନୁଯାୟୀ ଆସିକା ତହସିଲ ଅନ୍ତର୍ଗତ ଆସିକା ପୌରାଞ୍ଚଳର ଖମ୍ବେଶ୍ୱରୀ ପାଟଣା, ପକାଲା ପଲ୍ଲୀ, ନରସିଂହପୁର୍, ସୁନାମ୍ବ ଓ ଆସିକା ରାଜସ୍ୱ ଗ୍ରାମରେ ସାନି ଭୁ-ବନେ୍ଦାବସ୍ତ କରିବା ନେଇ ରାଜ୍ୟର ଅତିରିକ୍ତ ଶାସନଙ୍କ ସ୍ୱାକ୍ଷରରେ ପତ୍ରସଂଖ୍ୟା- ୨୦୯୮୩ ପ୍ରକାଶ ପାଇଛି । ସଂପୃକ୍ତ ପାଞ୍ଚ ମୌଜାରେ ହଜାର ହଜାର ସଂଖ୍ୟାରେ ଅଧିବାସୀ ଘର ଦ୍ୱାର କରି ପୁରୁଷ ପୁରୁଷ ଧରି ବସ ବାସ କରିଆସୁଥିଲେ ମଧ୍ୟ ଗ୍ରାମ କଣ୍ଟକ ଓ ପରପଙ୍କ କିସମରେ ବାସଗୃହ ଜମି ରହିଥିବାରୁ ରାଜସ୍ୱ ବିଭାଗ ପକ୍ଷରୁ ପଟ୍ଟା ବା ସତ୍ତ୍ୱାଧିକାର ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ସ୍ୱାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଆସିକା ସହରାଞ୍ଚଳ ଓ ଆଖପାଖ ଗ୍ରାମରେ ଭୁ ବନେ୍ଦାବସ୍ତ ହୋଇନଥିବାରୁ ସ୍ଥାୟୀ ବାସିନ୍ଦାଙ୍କ ସମସ୍ୟା କହିଲେ ନ ସରେ । ସାଧାରଣ ଜନତାଙ୍କ ବାସ ଗୃହ ଓ ଚାଷ ଜମିର ପଟ୍ଟା ନଥିବାରୁ ନିଜର ଅସମୟରେ ବିକ୍ରି କିମ୍ବା ବ୍ୟାଙ୍କ୍ ଋଣ ପାଇବାରୁ ବଞ୍ଚôତ ହୋଇ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଭୂବନେ୍ଦାବସ୍ତ କରି ସ୍ଥାୟୀ ପଟ୍ଟା ଯୋଗାଇବାକୁ ସରକାରଙ୍କ ନିକଟରେ ବହୁ ସଂଗଠନ ପକ୍ଷରୁ ଲଗାତାର ଦାବି କରାଯାଇଆସୁଛି । ସରକାରୀସ୍ତରରେ ଭୂବନେ୍ଦାବସ୍ତ କରିବା ନେଇ ନିଦେ୍ର୍ଦଶନାମା ପ୍ରକାଶିତ ହୋଇ କାର୍ଯ୍ୟକାରିତା ନେଇ ଆନ୍ତରିକତାର ଅଭାବରୁ ପରବର୍ତ୍ତୀ ସମୟରେ ତାହା ଡି-ନୋଟିଫାଇ କରାଯାଉଥିବାରୁ ସଂପୃକ୍ତ ଅଧିବାସୀଙ୍କ ମଧ୍ୟରେ ହତାଶ ସୃଷ୍ଟି କରୁଛି । ତେବେ ବର୍ତ୍ତମାନ ନିଦେ୍ର୍ଦଶନାମା ପ୍ରକାଶ ପରେ ରାଜ୍ୟ ସରକାର ସର୍ଭେ କାର୍ଯ୍ୟ ଆରମ୍ଭ ନେଇ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥାକୁ ତୁରନ୍ତ ଲାଗୁ କରି ସମୟ ଭିତ୍ତିକ ଖସଡ଼ା ପ୍ରସ୍ତୁତ କରିଲେ ହିଁ ଜନସାଧାରଣ ଏହାର ସୁଫଳ ପାଇବେ । ଅନ୍ୟଥା ଏହା ୨୦୧୭ର ନିଦେ୍ର୍ଦଶନାମା ପରି ବ୍ୟର୍ଥ ହେବ ବୋଲି ତଥ୍ୟାଭିଜ୍ଞ ମହଲରେ ମତ ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପାଞ୍ଚଟି ମୌଜାରେ ହାଇଟେକ ଭୁ-ବନେ୍ଦାବସ୍ତ କରିବା ନେଇ ସଂସ୍ଥା ଚୟନ, ନୂତନ କର୍ମଚାରୀ ମନୋନୟନ ସହ ଏଥିପାଇଁ ଅର୍ଥ ରାଶିର ବନେ୍ଦାବସ୍ତ କରିବାକୁ ରାଜ୍ୟ ଅମଲା ସଂଘର ମୁଖ୍ୟ ପୃଷ୍ଠପୋଷକ ପ୍ରସନ୍ନ କୁମାର ତ୍ରିପାଠୀ, ଆସିକା ପ୍ରେସ କ୍ଲବର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ରଥ, ଗଙ୍ଗାଧର ଶତପଥି, ଆଇନଜୀବୀ ନାରାୟଣ ମୁନି, ସନ୍ତୋଷ ପାଣିଗ୍ରାହୀ, ସନ୍ତୋଷ ମିଶ୍ର, ନିରୋଜ କୁମାର ପାଢୀ, ଉପେନ୍ଦ୍ରନାଥ ମିଶ୍ର, ସୁରେନ୍ଦ୍ରନାଥ ଦାଶ, ନିରଞ୍ଜନ ପଣ୍ଡା, ପଂଚାନନ ବିଶୋଈ, ଶକ୍ତି ପ୍ରସାଦ କର ପ୍ରମୁଖ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେହିପରି ଆସିକା ପୌରାଞ୍ଚଳର ଖମ୍ବେଶ୍ୱରୀ ପାଟଣା, ପାକଳ ପଲ୍ଲୀ, ନରସିଂହପୁର୍, ସୁନାମ୍ବ ଓ ଆସିକା ରାଜସ୍ୱ ଗ୍ରାମରେ ଭୁ-ବନେ୍ଦାବସ୍ତ ଓ ପଟ୍ଟା ପ୍ରଦାନ କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କରିବା ନେଇ ସହରର ବହୁ ଆଇନଜୀବୀ, ସାମ୍ବାଦିକ ଓ ସଚେତନ ନାଗରିକ ସଂଗଠନ ସମେତ ସଂପୃକ୍ତ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଆସିକା ବିଧାୟକଙ୍କ ସମେତ ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜସ୍ୱ ସଚିବ ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।