ଧର୍ମେନ୍ଦ୍ରଙ୍କ ତାଳଚେର ଗସ୍ତ ନେଇ ପ୍ରସ୍ତୁତି 

 ତାଳଚେର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଆସନ୍ତା ଜୁଲାଇ ୩ ତାରିଖରେ ତାଳଚେର ଗସ୍ତ କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରମନ୍ତ୍ରୀ ପିଲାବେଳେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ହାଣ୍ଡିଧୂଆଁ ୟୁପି ସ୍କୁଲର ଉନ୍ନତିକରଣ କାର୍ଯ୍ୟର ଉଦ୍ଘାଟନ କାର୍ଯ୍ୟକ୍ରମ ରହିଛି । ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ତଥା ବନମହୋତ୍ସବ କାର୍ଯ୍ୟକ୍ରମରେ ଦୁଇଟି ସ୍ଥାନରେ ହାଣ୍ଡିଧୂଆଁ ଓ ହିଙ୍ଗୁଳା ମନ୍ଦିର ନିକଟରେ ୫୦୦୦ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବେ । ପରେ ମା’ ହିଙ୍ଗୁଳା ଠାକୁରାଣୀଙ୍କ ନିକଟରେ ପୂଜାର୍ଚନା କରିବା ସହ ବ୍ୟାପକ ଭାବେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଠାରୁ ଛେଣ୍ଡିପଦା ଯାଇ ଗରିବ କଲ୍ୟାଣ ସମାବେଶ ରେ ଯୋଗ ଦେବେ । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ପୌରହିତ୍ୟରେ ଦେଉଳବେଡା ଡିସିଆଇ କ୍ଲବ ଠାରେ ତାଳଚେର ନିର୍ବାଚନ ମଣ୍ଡଳୀର ସମସ୍ତ ୬ ଟି ମଣ୍ଡଳର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମକୁ କିଭଳି ସଫଳ କରାଯିବ, ସେଥିପ୍ରତି କାର୍ଯ୍ୟକର୍ତ୍ତାମାନେ ସାମୂହିକ ଭାବେ ବିଭିନ୍ନ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଏକତ୍ରିତ ହୋଇ ସ୍ୱାଗତ କରିବା ଉପରେ ଜିଲ୍ଲା ସଭାପତି ପ୍ରକାଶ କରିଥିଲେ । ରନôାକର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ବୈଠକରେ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ମଣ୍ଡଳ ସଭାପତି ଅଜୟ ସାହୁ, ସନ୍ତୋଷ ମହାନ୍ତି, ରାଜେଶ ଦଳେଇ ଓ ମାନସ ରନ ସାହୁ ପ୍ରମୁଖ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଉପରେ ବ୍ୟାପକ ଭାବେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ୬ଟି ମଣ୍ଡଳର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।