ପୂର୍ବତନ କର୍ମଚାରୀଙ୍କ ପରଲୋକ

 କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆଇନସେବା ପ୍ରାଧିକରଣର ପୂର୍ବତନ କର୍ମଚାରୀ ଲକ୍ଷ୍ମୀଧର ନାଏକଙ୍କର ୫୧ ବର୍ଷ ବୟସରେ ମୟୁରଭଞ୍ଜ ଜିଲ୍ଲା ଉଦଳାଠାରେ ହୃଦଘାତରେ ଦେହାନ୍ତ ହୋଇଯାଇଛି  । କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ସରାସ ଗ୍ରାମରେ ସ୍ୱର୍ଗତ ନାଏକ ୧୯୭୪ ମସିହାରେ ଜନ୍ମଗ୍ରହଣ କରି ୧୯୯୭ ମସିହା ମେ ମାସରେ କେନ୍ଦୁଝର ଜିଲ୍ଲା ଆଇନସେବା ପ୍ରାଧିକରଣରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୂପେ ଯୋଗଦେଇ ଦୀର୍ଘ ୨୫ ବର୍ଷ ପରେ ମୟୁରଭଞ୍ଜ ଜିଲ୍ଲା ଉଦଳାରେ ତାଲୁକ ଆଇନ ସେବା ପ୍ରାଧିକରଣ ଅଫିସରେ ୨୦୨୨ ମସିହାରୁ କାର୍ଯ୍ୟ କରି ଆସୁଥିଲେ  । ତାଙ୍କର ଦେହାନ୍ତରେ କେନ୍ଦୁଝରର ପୂର୍ବତନ ଜିଲ୍ଲା ଜଜ୍ ଗୁରୁପ୍ରସାଦ ସାହୁ, ଲକ୍ଷ୍ମୀଧର ବିଶ୍ୱାଳ, ପୂର୍ବତନ ରେଜିଷ୍ଟ୍ରାର ସିଭିଲ କୋର୍ଟ ପଦ୍ମଲୋଚନ ଶତପଥି, କ୍ଷୀରୋଦ କୁମାର ଦାଶ, ଉଦଳାର ପୂର୍ବତନ ସବ୍ଜଜ୍ ନିହାର ରଞ୍ଜନ ଲେଙ୍କା ଶୋକବ୍ୟକ୍ତ କରିଛନ୍ତି  ।