ଶ୍ରୀଅରବିନ୍ଦ ଶିକ୍ଷାନୁଷ୍ଠାନର ବାର୍ଷିକ ବିଜ୍ଞାନ ମେଳା 

 ଚମ୍ପୁଆ : ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନରେ ବାର୍ଷିକ ବିଜ୍ଞାନ ମେଳା ଓ ହସ୍ତକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ରାସେଶ୍ୱର ମହାନ୍ତ ଯୋଗଦେବା ସହ ପ୍ରଦର୍ଶନୀକୁ ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ଅଧ୍ୟାପକ ଡଃ.ସୁନୀଲ ସାହୁ ଓ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ସୁବ୍ରତ ଦାଶ  । ବିଦ୍ୟାଳୟ କମିଟି ସଦସ୍ୟ ଅଧ୍ୟାପକ ରାଜ କିଶୋର ମହାନ୍ତ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ । ଏହି ବିଜ୍ଞାନ ମେଳାରେ ସମୁଦାୟ ୫୨ଟି ବିଜ୍ଞାନ ପ୍ରକଳ୍ପ ସହ ୮୭ଟି ହସ୍ତକଳା ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଚାରକ ଭାବେ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଅଧ୍ୟାପକ ଦ୍ୱୟ ସମସ୍ତ ପ୍ରକଳ୍ପ ଗୁଡିକକୁ ନିରୀକ୍ଷଣ କରି ମୂଲ୍ୟାଙ୍କନ କରିଥିଲେ । ଶେଷରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ବିଶ୍ୱରଂଜନ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ବିଜ୍ଞାନ ମେଳାରେ ବିଜ୍ଞାନ ଶିକ୍ଷକ ଶାନ୍ତନୁ ଗିରି, ମଧୁମିତା ଗିରି, ଯଶୋଦା ଗିରି, ସୁଭଦ୍ରା ଗିରି, ହେମନ୍ତ ବେହେରା ଓ ବିଦ୍ୟାଳୟର ସମସ୍ତ ଅପା ଭାଇମାନେ ସହଯୋଗ କରିଥିଲେ  ।