ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକଙ୍କୁ ଅବସର ସମ୍ବର୍ଦ୍ଧନା
ଜଟଣୀ : ଖୋର୍ଦ୍ଧାରୋଡ଼ ରେଳମଣ୍ଡଳରେ କାର୍ଯ୍ୟରତ ମଣ୍ଡଳ ବରିଷ୍ଠ ବାଣିଜ୍ୟ ପ୍ରବନ୍ଧକ ଗିରିଶ ଚନ୍ଦ୍ର ନାୟକଙ୍କୁ ରେଳ ଶ୍ରମିକ କଂଗ୍ରେସ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଗିରିଶ ଚନ୍ଦ୍ର ନାୟକ ଜଣେ ସଚ୍ଚୋଟ ଓ ନିଷ୍ଠାପର ଅଫିସର । ସେ ବାଣିଜ୍ୟ ବିଭାଗ କର୍ମଚାରୀମାନଙ୍କୁ ନିଜର ଭାଇ ବନ୍ଧୁ ପରି ବ୍ୟବହାର କରିବା ସହ କର୍ମଚାରୀଙ୍କ ଅସୁବିଧା ସମୟରେ ଛିଡ଼ା ହେଉଥିଲେ । ସେ ୨୦୨୧ରୁ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଭାବେ ଯୋଗଦେଇ କାର୍ଯ୍ୟଭାର ସମ୍ଭାଳିଥିଲେ । ତାଙ୍କ ବିଦାୟରେ ବାଣିଜ୍ୟ ବିଭାଗ କର୍ମଚାରୀମାନେ ଅତ୍ୟନ୍ତ ମର୍ମାହତ ବୋଲି ଶ୍ରମିକ କଂଗ୍ରେସ ଶାଖା ସମ୍ପାଦକ ଏଲଡି ମହାନ୍ତି ପ୍ରକାଶ କରିଥିଲେ । ଏଥିରେ ଶ୍ରମିକ କଂଗ୍ରେସର ମଣ୍ଡଳ ସଂଯୋଜକ ସୁନୀଲ ଭଞ୍ଜ, କେନ୍ଦ୍ରୀୟ ପଦାଧିକାରୀ ପ୍ରମୋଦ ସାହାଣୀ, ଏମ୍ଜିକେ ରାଓ, ସୁବ୍ରତ ପଣ୍ଡା, ଶରତ ପଣ୍ଡା, ଶାଖା ସମ୍ପାଦକ ମହାନ୍ତିଙ୍କ ସମେତ ବହୁ କର୍ମଚାରୀ ଗିରିଶ ଚନ୍ଦ୍ର ନାୟକଙ୍କୁ ସାକ୍ଷାତ କରି ଉପହାର ଦେଇ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ ।