ସୌମ୍ୟାଶ୍ରୀଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

 ଟାଙ୍ଗୀ-ଚୌଦ୍ୱାର : ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତିକୁ ନେଇ ସାରା ଓଡ଼ିଶାରେ ଚହଳ ପକାଇଥିବାବେଳେ ଚୌଦ୍ୱାର ନଗର କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଚୌଦ୍ୱାର କଂଗ୍ରେସ ନଗର ସଭାପତି ମୋନାଲିସା ଦାସ ସରକାରଙ୍କର ଅପାରଗତା ତଥା ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବାକୁ ପଛଘୁଞ୍ଚା ଦେଇଥିବା ପ୍ରଶାସନକୁ ବିରୋଧ କରି ଚୌଦ୍ୱାର ସହର ମଧ୍ୟ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ କଳିଙ୍ଗ ଛକ ଠାରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇ ଗାନ୍ଧିଛକ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରେ ଶେଷ ହୋଇଥିଲା । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବି କରି ବିଭିନ୍ନ ନାରା ବାଜି ଦେଇଥିଲେ ।