କଳିଙ୍ଗ ଷ୍ଟାଡିୟମ୍ରେ ଚମକିଲେ ଛାତ୍ରୀ
ତେନ୍ତୁଳିଖୁଣ୍ଟି: ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ତରଫରୁ କଳିଙ୍ଗ ଷ୍ଟାଡିଅମ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ଉସôାହ କାର୍ଯ୍ୟକ୍ରମରେ ତେନ୍ତୁଳୀଖୁଣ୍ଟି ବ୍ଲକ ନିକଟସ୍ଥ କବାଗୁଡା ଗ୍ରାମରେ ଥିବା ଉକôଳ ମାରାଥମା ଶିଶୁ ଗୃହର ଛାତ୍ରୀ ରୀତିକା ସୁନା ଜିଲ୍ଲାସ୍ତରୀୟ ଉସôାହ କାର୍ଯ୍ୟକ୍ରମରେ ହୋଇଥିବା ଚେସ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ରାଜ୍ୟସ୍ତରୀୟ ଉସôାହ କାର୍ଯ୍ୟକ୍ରମରେ ୩୦ଟି ଜିଲ୍ଲା ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଥିଲେ । ଠିକ ସେହିଭଳି ଉକôଳ ବାଳାଶ୍ରମ ଛାତ୍ରୀ ଇପ୍ସିତା ସୁନା, ରିଲେ ଦୌଡ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରି ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଥିଲେ । ସେହିଭଳି ଛାତ୍ରୀ କଳ୍ପନା ମାରାଣ୍ଡି ଜିଲ୍ଲା ନିୟଜନ ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସାହାଯ୍ୟରେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅଧୟନ କଲାପରେ ବର୍ତ୍ତମାନ କଟକରେ ଥିବା ଗ୍ରୀନ ଟ୍ରେଣ୍ଡ ନାମକ ଏକ ଅନ୍ତର୍ଜାତୀୟ ବିୟୁଟି ପାର୍ଲରରେ କାର୍ଯ୍ୟକରି ପାଇଁ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ତାଙ୍କ ଏହି କୃତିତ୍ୱ ପାଇଁ କଳିଙ୍ଗ ଷ୍ଟାଡିଅମରେ ଉସôାହ ଓ ମହକ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା । ରାଜ୍ୟସ୍ତରୀୟ ଉସôାହ ଓ ମହକ କାର୍ଯ୍ୟକ୍ରମର ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ନିଦେ୍ର୍ଦଶିକା ମନୀଷା ବାନାର୍ଜୀ, କଣ୍ଠ ଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତି ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ଏବଂ ଜିଲ୍ଲାପାଳ ନବରଙ୍ଗପୁର ଶୁଭଙ୍କର ମହାପାତ୍ର ଶୁଭେଚ୍ଛା ଜଣାଇଥିଲେ ।